ଓଡିଶା

odisha

ମଙ୍ଗଳ ଆଳତୀ

ETV Bharat / videos

ପ୍ରଭାତରୁ ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଶୁଭମୟ ହେବ ଦିନ - ମଙ୍ଗଳ ଆଳତୀ

By ETV Bharat Odisha Team

Published : Jan 12, 2024, 6:33 AM IST

Mangala Alati: ପୁରୀ: କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ  । ନୀଳାଚଳିଆ ଭକ୍ତ ବତ୍ସଳ ଭଗବାନ । ନିରାଶାର ଆଶା ସେ ଅନାଥର ନାଥ । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ପ୍ରଭୁ ପତିତପାବନ  । ତାଙ୍କରି ଦର୍ଶନ ଟିକିଏ ପାଇଁ କାହିଁ କେତେ ଦୂରରୁ ଶ୍ରୀକ୍ଷେତ୍ର ଧାଇଁ ଆସିଥାଏ ଭକ୍ତ  । ସକାଳୁ ସକାଳୁ ପ୍ରତିଦିନ ଶ୍ରୀମନ୍ଦିରରେ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଏ  । ସବୁଦିନ ଭଳି ଆଜି ପ୍ରଭାତରୁ ମଧ୍ୟ ଶ୍ରୀମନ୍ଦିର ଦ୍ବାର ଫିଟା ନୀତି ଓ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ  ସମ୍ପନ୍ନ ହୋଇଛି  । ସେବାୟତମାନେ ଧୂପ ଦୀପ, ଘଣ୍ଟି ଓ ମନ୍ତ୍ରୋପଚାରଣ ସହ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ କରିଛନ୍ତି । କୁହାଯାଏ ମଙ୍ଗଳ ଆଳତୀ ଦର୍ଶନ କରେ ଜୀବନର ସବୁ ପାପ କ୍ଷୟ ହୋଇ ଭଗବାନଙ୍କ ଅପାର କରୁଣା ପ୍ରାପ୍ତ ହୋଇଥାଏ  । ତେବି ଆଜିଠୁ ଶ୍ରୀକ୍ଷେତ୍ରରେ ଶ୍ରୀନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ମହୋତ୍ସବ ଆରମ୍ଭ ହେବ  । ସେଥିପାଇଁ ପାଇଁ ସଜେଇ ହୋଇଛି ଶ୍ରୀକ୍ଷେତ୍ର  । ଆକର୍ଷଣୀୟ ସାଜସଜ୍ଜା ସହ ଚିତ୍ର ବିଚିତ୍ରରେ ଝଟକୁଛି ବଡ଼ଦାଣ୍ଡ । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details