Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ
ପୁରୀ:ରାତି ପାହିଲେ ବାହୁଡା ଯାତ୍ରା । ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀମନ୍ଦିରକୁ ବାହୁଡିବେ ମହାବାହୁ । ରବିବାର ତାଳଧ୍ବଜ ଏବଂ ଦେବଦଳନ ରଥର ଦକ୍ଷିଣ ମୋଡ ହୋଇ ନାକଚଣା ଦ୍ବାରରେ ଲାଗିବା ପରେ ସୋମବାର ନନ୍ଦିଘୋଷ ରଥ ଦକ୍ଷିଣ ମୋଡ ନେଇଛି । ଆଜି ନବମୀ ସନ୍ଧ୍ୟା ଦର୍ଶନ । ସକାଳ 7ଟାରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ । ସେପଟେ ମହାବାହୁଙ୍କ ଅପେକ୍ଷାରେ ରହିଛି ବଡଦାଣ୍ଡ । ଶ୍ରୀମନ୍ଦିରେ ଜଗା ନଥିବାରୁ ଭକ୍ତ ଶୂନ୍ୟ ବଡଦାଣ୍ଡ । ଏଠାରେ ବଡି ଭୋରୁ ସେବାୟତମାନେ ପତିତପାବନଙ୍କ ମଙ୍ଗଳ ଆଳତୀ କରିଛନ୍ତି । ଆଜି ଦ୍ବାରଫିଟା ନୀତି ପରେ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଥିଲା । ପ୍ରଭାତରୁ ଭାବ ବିନୋଦିଆଙ୍କ ଆଳତୀ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ଜଗତର କଲ୍ୟାଣ ପାଇଁ ବିଶ୍ବନିୟନ୍ତାଙ୍କ ପାଖରେ ଆଳତୀ କରିଥିଲେ ସେବାୟତ । ଘଣ୍ଟି, ଧୂପ ଓ ମନ୍ତ୍ରୋଚାରଣ ସହ ମଙ୍ଗଳ ଆଳତୀ ନୀତି କରାଯାଇଥିଲା ।
ଇଟିଭି ଭାରତ, ପୁରୀ