ଓଡିଶା

odisha

ପତିତପାବନଙ୍କ ମଙ୍ଗଳ ଆଳତୀ

ETV Bharat / videos

ପତିତପାବନଙ୍କ ମଙ୍ଗଳ ଆଳତୀ, ପ୍ରଭାତରେ କରନ୍ତୁ ଦିବ୍ୟ ଦର୍ଶନ - ପତିତପାବନଙ୍କ ମଙ୍ଗଳ ଆଳତୀ

By ETV Bharat Odisha Team

Published : Nov 17, 2023, 6:54 AM IST

ପୁରୀ:ଅନାଥର ନାଥ ଶ୍ରୀଜଗନ୍ନାଥ । ଭକ୍ତ ଭାବରେ ବନ୍ଧା କଳା ଠାକୁର । କୋଟି ଓଡ଼ିଆଙ୍କ କଳା ସାଆନ୍ତ । ତାଙ୍କୁ କିଏ ଚକା ଆଖିଆ କୁହେ ତ ଆଉ କିଏ ମଣିମା ମଣିମା ଡାକି ଶ୍ରୀକ୍ଷେତ୍ର ଧାଇଁ ଆସେ  । ବିଶ୍ବନିୟନ୍ତା ମହାପ୍ରଭୁଙ୍କ ମହିମା ଅପାର । ତାଙ୍କର ଦର୍ଶନ ଟିକିଏ ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଥାଆନ୍ତି ଭକ୍ତ  । କେବଳ ଓଡ଼ିଶାବାସୀ ନୁହଁନ୍ତି, ଦେଶ ତଥା ବିଦେଶରୁ ଶହ ଶହ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସିଥାଆନ୍ତି । ପ୍ରତିଦିନ ଭୋରରୁ ମହାପ୍ରଭୁଙ୍କ ନିକଟରେ ମଙ୍ଗଳ ଆଳତୀ କରାଯାଏ । ପ୍ରଭାତରୁ ଭାବ ବିନୋଦିଆଙ୍କ ଆଳତୀ ଦର୍ଶନ କଲେ ଦିନ ମଙ୍ଗଳମୟ ହୋଇଥାଏ । ସବୁଦିନ ପରି ଆଜି ସକାଳୁ ମଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ବାରଫିଟା ନୀତି ଓ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଛି  । ଆଳତୀ, ଦୀପ, ଘଣ୍ଟି ଓ ମନ୍ତ୍ରୋପଚାରଣ ସହ ପତିତପାବନଙ୍କ ଆଳତୀ କରିଛନ୍ତି ପୂଜା ପଣ୍ଡା  । ଦେଖନ୍ତୁ ଆଳତୀ ସମୟର ଅପୂର୍ବ ଦୃଶ୍ୟ  । 

ABOUT THE AUTHOR

...view details