Mangala Alati: ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ପ୍ରଭାତରେ କରନ୍ତୁ ଦିବ୍ୟ ଦର୍ଶନ
ପୁରୀ:ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ଜଗତର ନାଥ ଜଗନ୍ନାଥ । ନୀଳାଚଳିଆ କାଳିଆ ଠାକୁର । କୋଟି ଓଡ଼ିଆଙ୍କ ମଉଡମଣି । ଭାବ ବିନୋଦିଆ କଳା ଠାକୁର । ତାଙ୍କ ଚକାଆଖିରେ ଆଖି ମିଶି ଗଲେ କୋଟି ପୂଣ୍ୟ ଲାଭ କରେ ଭକ୍ତ । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ମହାପ୍ରଭୁ । ତାଙ୍କର ଦର୍ଶନ ଟିକିଏ ପାଇଁ କାହିଁ କେଉଁ ଅନତି ଦୂରରୁ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଥାନ୍ତି ଶ୍ରଦ୍ଧାଳୁ । ଜଗତର ମଙ୍ଗଳ କାମନା କରି ପ୍ରତ୍ୟହ ପ୍ରତ୍ୟୁଷରେ ପ୍ରଭୁ ପତିତପାବନଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ । ସବୁଦିନ ଭଳି ଆଜି ମଧ୍ୟ ଦ୍ବାରଫିଟା ନୀତି ସମ୍ପନ୍ନ ପରେ ମଙ୍ଗଳ ଆଳତୀ ନୀତି କରାଯାଇଛି । ସେବାୟତମାନେ ଘଣ୍ଟି, ଧୂପ ଓ ମନ୍ତ୍ରୋପଚାରଣ ସହ ପତିତପାବନଙ୍କ ଆଳତୀ କରିଛନ୍ତି । ଏହି ଦିବ୍ୟ ଆଳତୀ ଦର୍ଶନ ମାତ୍ରେ ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି ।
ଇଟିଭି ଭାରତ, ପୁରୀ