ଓଡିଶା

odisha

ମଙ୍ଗଳ ଆଳତୀ

ETV Bharat / videos

Mangala Alati: ପ୍ରଭାତରେ ଦର୍ଶନ କରନ୍ତୁ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ - ମଙ୍ଗଳ ଆଳତୀ

By

Published : Aug 4, 2023, 6:43 AM IST

ପୁରୀ: କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବାତା ଜଗତର ନାଥ ଜଗନ୍ନାଥ । ଭାବ ବିନୋଦିଆ ହଟିଆ ଠାକୁର । ନୀଳଚଳିଆ ଭକ୍ତ ବତ୍ସଳ ଭଗବାନ । ସେହି ହିଁ ସୃଷ୍ଟି ଓ ସ୍ରଷ୍ଟା । କିଏ ତାଙ୍କୁ ମଣିମା କହେ ତ କେହି ସାଆନ୍ତେ ସାଆନ୍ତେ ଡାକି ଧାଇଁ ଆସିଥାଏ । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ମହାବାହୁ । ଚକାନୟନର ଦର୍ଶନ ପାଇଁ କାହିଁ କେତେ ଦୂରରେ ଶ୍ରୀକ୍ଷେତ୍ରକୁ ଆସିଥାଏ ଭକ୍ତ । ସମଗ୍ର ବିଶ୍ବର କାମନା କରି ସେହି ପ୍ରଭୁ ପତିତପାବନଙ୍କ ନିକଟରେ ପ୍ରତ୍ୟେକ ଦିନ କରାଯାଏ ମଙ୍ଗଳ ଆଳତୀ । ସବୁଦିନ ପରି ଆଜି ପ୍ରତ୍ୟୁଷରେ ମଧ୍ୟ ସେବାୟତଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ବାରଫିଟା ନୀତି ସମ୍ପନ୍ନ ହୋଇଛି । ଏହାସହ ଧୂପ, ଘଣ୍ଟି ଓ ମନ୍ତ୍ରୋପଚାରଣ ସହ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ  କରାଯାଇଛି । ବିଶ୍ବାସ ରହିଛି, ସକାଳୁ ସକାଳୁ ଏହି ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ଓ ପୂଣ୍ୟ ପ୍ରାପ୍ତି ହୋଇଥାଏ  । 

ABOUT THE AUTHOR

...view details