Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ଆଳତୀ - ଭାବ ବିନୋଦିଆ କାଳିଆ ଠାକୁର
ପୁରୀ: ଓଁ ନମୋ ଭଗବତେ ବାସୁଦେବାୟ । ଉଠ ଉଠ ହେ ମଣିମା ହୁଅ ସଦୟ । ଭକ୍ତର ଭାବରେ ବନ୍ଧା କାଳିଆ ଠାକୁର । ଭାବ ବିନୋଦିଆ କାଳିଆ ଠାକୁରକୁ ଦେଖିବାକୁ ଆତୁର ଭକ୍ତର ମନ । ତାର ଚକା ନୟନକୁ ଅନାଇଲେ ଭକ୍ତର ଆଖି ବି ଓଦା ହୋଇଯାଏ । ପ୍ରତିଦିନ ବଡି ଭୋରରୁ ମହାପ୍ରଭୁଙ୍କ ନିକଟରେ ଆଳତୀ କରାଯାଇଥାଏ । ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ କରାଯାଏ ମଙ୍ଗଳ ଆଳତୀ । ଯାହାର ମାହାତ୍ମ୍ୟ ବେଶ ଅଧିକ ରହିଛି । ଦ୍ବାରଫିଟା ନୀତି ସମ୍ପନ୍ନ ପରେ ସବୁ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ନୀତି ଅନୁସାରେ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଛି । ସକାଳୁ ସକାଳୁ ଏହି ଆଳତୀ ଦର୍ଶନ ଦ୍ବାରା ପୁରା ଦିନ ମଙ୍ଗଳମୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ତାର ଚକା ଆଖିକୁ ଦେଖିଲେ ଭାବ ବିହ୍ବଳ ହୋଇପଡନ୍ତି ଭକ୍ତ ।
ଇଟିଭି ଭାରତ,ପୁରୀ