Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ - ମଙ୍ଗଳ ଆଳତୀ
ପୁରୀ: ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । କୋଟି ଓଡ଼ିଆଙ୍କ ମଉଡମଣି କାଳିଆ ସାଆନ୍ତେ । ମହପ୍ରଭୁ ଶ୍ରୀଜଗନ୍ନାଥ ନବଦିନାତ୍ମକ ଲୀଳାଖେଳା ସାରି ଜନ୍ମବେଦୀରୁ ବାହୁଡିଛନ୍ତି । ଗୁରୁବାର ରଥାରୂଢ଼ ଶ୍ରୀଜିଉଙ୍କ ସୁନାବେଶ ସମ୍ପନ୍ନ ହୋଇଛି । ଲକ୍ଷ ଲକ୍ଷ ଭକ୍ତ ଚର୍ମଚକ୍ଷୁରେ କାଳିଆ ସାଆନ୍ତେଙ୍କ ଦୁର୍ଲ୍ଲଭ ବେଶ ଦର୍ଶନ କରିଛନ୍ତି । ଆଜି ବିଶ୍ବନିୟନ୍ତାଙ୍କ ଅଧର ପଣା ନୀତି ସମ୍ପନ୍ନ ହେବ । ଜଗତର ମଙ୍ଗଳ କାମନା କରି ପ୍ରତିଦିନ ପରି ବଡି ଭୋରରୁ ସେବାୟତମାନେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ କରିଛନ୍ତି । ଦ୍ବାରଫିଟା ନୀତି ପରେ ମଙ୍ଗଳ ଆଳତୀ କରାଯାଇଛି । ଘଣ୍ଟି, ଧୂପ ଓ ମନ୍ତ୍ରୋପଚାରଣ ସହ ଆଳତୀ ନୀତି ସମ୍ପନ୍ନ ହୋଇଛି । ପ୍ରଭାତରୁ ଭାବ ବିନୋଦିଆଙ୍କ ଆଳତୀ ଦର୍ଶନ କଲେ ପାପ କ୍ଷୟ ହୋଇ ଅପାର କରୁଣା ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି ।
ଇଟିଭି ଭାରତ, ପୁରୀ