Mangala Alati: ପ୍ରଭାତରୁ ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ - ମଙ୍ଗଳ ଆଳତୀ
ପୁରୀ:ଆହେ ମହାବାହୁ... ଜଗତର ନାଥ ସେ ଜଗନ୍ନାଥ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । କୋଟି ଓଡ଼ିଆଙ୍କ ମଉଡମଣୀ । ତା'ର ଚକାଆଖିକୁ ଚାହିଁଦେଲେ ଭାବ ବିହ୍ବଳ ହୋଇପଡନ୍ତି ଭକ୍ତ । ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ ପ୍ରତିଦିନ ମଙ୍ଗଳ ଆଳତୀ କରାଯାଏ । ଯାହାର ମାହାତ୍ମ୍ୟ ବେଶ୍ ଅଧିକ । ସବୁଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ପ୍ରଭାତରୁ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ସମ୍ପନ୍ନ ହୋଇଛି । ଏହାପରେ ନୀତି ଅନୁସାରେ ଘଣ୍ଟି, ଦୀପ ଓ ମନ୍ତ୍ରୋଚାରଣ ସହିତ କରାଯାଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ । ଓଁ ନମଃ ଭଗବତେ ବାସୁଦେବାୟ ସହ ଜୟ ଜଗନ୍ନାଥ ସ୍ବାମୀ ଧ୍ବନିରେ କମ୍ପି ଉଠିଛି ଶ୍ରୀମନ୍ଦିର । ତେବେ ସକାଳୁ ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କରେ ଦିନ ମଙ୍ଗଳମୟ ସହ ପାପକ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି ।
ଇଟିଭି ଭାରତ, ପୁରୀ