ଓଡିଶା

odisha

Mangala Alati

ETV Bharat / videos

Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ

By

Published : Apr 10, 2023, 6:40 AM IST

ପୁରୀ: ଆହେ ନୀଳଶୈଳ । ହେ କଳା ସାଆନ୍ତ । ଭାବ ବିନୋଦିଆ କାଳିଆ ଠାକୁର । ଅନାଥର ନାଥ ସେ ଜଗନ୍ନାଥ । ପ୍ରତିଦିନ ଭୋରୁ ମହାପ୍ରଭୁଙ୍କ ନିକଟରେ ଆଳତୀ କରାଯାଇଥାଏ । ପ୍ରଭାତରୁ ଭାବବିନୋଦିଆଙ୍କ ଆଳତୀ ଦର୍ଶନ କଲେ ପାପ କ୍ଷୟ ସହ ଦିନ ମଙ୍ଗଳମୟ ହୋଇଥାଏ । ଦ୍ବାରଫିଟା ନୀତି ସମ୍ପନ୍ନ କରାଯିବା ପରେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଇଥାଏ । ଆଜି ଭୋର୍‌ରୁ ସେବାୟତମାନଙ୍କ ଦ୍ବାରା ହରିବୋଲ ସହ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା । ସବୁ ଦିନ ପରି ଆଜି ମଧ୍ୟ ଦ୍ବାରଫିଟା ନୀତି ଅନୁସାରେ ଘଣ୍ଟି, ଦୀପ ଓ ମନ୍ତ୍ରୋପଚାରଣ ସହ କରାଯାଇଛି ପତିତପାବନଙ୍କ ମଙ୍ଗଳ ଆଳତୀ ।

କୋଟି ଓଡ଼ିଆଙ୍କ ବିଶ୍ବାସ ଭାଜନର ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ । ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରରୁ ଭକ୍ତମାନେ ଶ୍ରୀକ୍ଷେତ୍ର ଧାଇଁ ଆସିଥାନ୍ତି । ଭକ୍ତମାନେ ଜୟ ଜଗନ୍ନାଥ ସ୍ବାମୀ କହି ବାଇସି ପାହାଚ ଚଢି ଆସିଥାନ୍ତି । ପ୍ରତିଦିନ ମହାପ୍ରଭୁଙ୍କ ଦ୍ବାର ଖୋଲାଯାଇ କର୍ପୁର ଆଳତୀ ହୋଇଥାଏ । ମନ୍ତ୍ର ପାଠ କରାଯାଇ ଆଳତୀ କରାଯାଇଥାଏ । ହରି ହରିବୋଲ, ଭଗବତେ ବସୁଦେବାୟ ନମଃ ସହ ମହାପ୍ରଭୁଙ୍କ ସ୍ତୁତି ପାଠ କରାଯାଇଥାଏ । ଏହା ଶୁଣିବା ପାଇଁ ଯେପରି ଭଲ ଲାଗେ ସେପରି ଆଳତୀ ଦେଖିବା ମଧ୍ୟ ସେତିକି ମନୋରମ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details