ଓଡିଶା

odisha

Mangala Alati

ETV Bharat / videos

Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - ମଙ୍ଗଳ ଆଳତୀ

By

Published : Mar 13, 2023, 6:41 AM IST

ପୁରୀ:ଭାବ ବିନୋଦିଆ କାଳିଆ ଠାକୁର । ଅନାଥର ନାଥ ସେ ଜଗନ୍ନାଥ । ପ୍ରତିଦିନ ଭୋରୁ ମହାପ୍ରଭୁଙ୍କ ନିକଟରେ ଆଳତୀ କରାଯାଇଥାଏ । ପ୍ରଭାତରୁ ଭାବବିନୋଦିଆଙ୍କ ଆଳତୀ ଦର୍ଶନ କଲେ ପାପ କ୍ଷୟ ସହ ଦିନ ମଙ୍ଗଳମୟ ହୋଇଥାଏ । ଦ୍ବାରଫିଟା ନୀତି ସମ୍ପର୍ଣ୍ଣ କରାଯିବା ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ କରାଯାଇଥାଏ । ଆଜି ଭୋରୁ ସେବାୟତମାନଙ୍କ ଦ୍ବାରା ହରିବୋଲ କହି ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା । ଏହାସହ ଘଣ୍ଟି ଧୂପ,ଓ ମନ୍ତ୍ରୋଚାରଣ ସହ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି କରାଯାଇଥିଲା ।

କୋଟି ଓଡିଆଙ୍କ ବିଶ୍ବାସ ଭାଜନର ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ । ପୁରୀ ସହରର ତ ଭକ୍ତମାନେ ଆସିଥାନ୍ତି ଏହାସହ ରାଜ୍ୟବାହାରୁ ମଧ୍ୟ ଭକ୍ତମାନେ ଜୟ ଜଗନ୍ନାଥ ସ୍ବାମୀ କହି ବାଇସି ପାହାଚ ଚଢି ଆସିଥାନ୍ତି । ପ୍ରତିଦିନ ମହାପ୍ରଭୁଙ୍କ କବାଟ ଖୋଲାଯାଇ କର୍ପୁର ଆଳତୀ ହୋଇଥାଏ। ମନ୍ତ୍ର ପାଠ କରାଯାଇ ଆଳତୀ କରାଯାଇଥାଏ । ହରିହରିବୋଲ, ଭଗବତେ ବସୁଦେବାୟ ନମଃ ସହ ମହାପ୍ରଭୁଙ୍କ ସ୍ତୁତି ପାଠ କରାଯାଇଥାଏ । ଏହା ଶୁଣିବା ପାଇଁ ଯେପରି ଭଲ ଲାଗେ ସେପରି ଆଳତୀ ଦେଖିବା ମଧ୍ୟ ସେତିକି ଆକର୍ଷଣୀୟ ଲାଗିଥାଏ ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details