ଓଡିଶା

odisha

Mangala Alati

ETV Bharat / videos

Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ

By

Published : Feb 11, 2023, 6:56 AM IST

Updated : Feb 14, 2023, 11:34 AM IST

ପୁରୀ: ଉଠ ଉଠ ହେ ମଣିମା ହୁଅ ସଦୟ । ଓଁ ନମୋ ଭଗବତେ ବାସୁଦେବାୟ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ସମଗ୍ର ବିଶ୍ବର ମଙ୍ଗଳ କାମନା କରି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ମଙ୍ଗଳ ଆଳତୀ କରାଯାଏ । ସକାଳୁ ସକାଳୁ ନୀଳାଚଳିଆ କାଳିଆ ସାଆନ୍ତେଙ୍କ ଆଳତୀ ଦର୍ଶନ କଲେ ପୁରା ଦିନ ମଙ୍ଗଳମୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ସବୁଦିନ ପରି ଆଜି ମଧ୍ୟ ସେବାୟତମାନଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି । ଏହାସହ ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । କୁହାଯାଏ ଯେ, ମଙ୍ଗଳ ଆଳତୀ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ଓ ପୂଣ୍ୟପ୍ରାପ୍ତି ହୋଇଥାଏ । 

ନିରାଶର ଆଶା ସେ ଅନାଥର ନାଥ ମହାପ୍ରଭୁ ଜଗନ୍ନାଥ । ତାଙ୍କର ଦର୍ଶନ ପାଇଁ ସଭିଏଁ ଚାତକ ପରି ଚାହିଁ ରହିଥାନ୍ତି । ବିଶ୍ବାସ ଅଛି ମହାପ୍ରଭୁଙ୍କ ଦର୍ଶନ କରିଲେ ପାପରୁ ମୁକ୍ତି ହୋଇଥାନ୍ତି । କିଏ କାଳିଆ ସାଆନ୍ତେ ତ ଆଉ କିଏ ନଟଖଟିଆ, ମହାବାହୁ ପୁଣି କିଏ ବଡ ଠାକୁର ନାମରେ ତାଙ୍କୁ ଡାକନ୍ତି । ତାର ଚକା ଆଖିକୁ ଦେଖିଲେ ଭାବ ବିହ୍ବଳ ହୋଇ ପଡନ୍ତି ଭକ୍ତ । ସକାଳୁ ସକାଳୁ ପ୍ରଭୁ ଜଗନ୍ନାଥଙ୍କ ଆଳତୀ ଦର୍ଶନ କଲେ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ବାସ ରହିଛି । ପ୍ରତିଟି ଭକ୍ତ ଆଳତୀ ନେବା ପାଇଁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଭିଡ ଜମାଇଥାନ୍ତି ।

ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଦେଶ ବିଦେଶର ପର୍ଯ୍ୟଟକଙ୍କ ସୁଅ ଛୁଟେ । ଚାରି ଧାମ ମଧ୍ୟରୁ ଜଗନ୍ନାଥ ଧାମ ଅନ୍ୟତମ । ଭକ୍ତଙ୍କ ଭାବରେ ବନ୍ଧା କାଳିଆ ଠାକୁର । ମହାବାହୁଙ୍କ ସବୁଠାରୁ ବଡ ପର୍ବ ହେଉଛି ଘୋଷ ଯାତ୍ରା । ପ୍ରତିବର୍ଷ ଏହି ଦିନରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ ।

କଥାରେ ଅଛି ପତିତପାବନଙ୍କ ଆଳତୀ ଭାଗ୍ୟରେ ଥିଲେ ମିଳେ । ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଏଠାରେ ଭଗବାନଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନେକ ନାମ ।  ସମସ୍ତ ପାପ-ତାପ ନାଶନ ଏହି ବଡ ଦେଉଳରେ ଅବସ୍ଥାପିତ ବଡଠାକୁର । ପରମ ପାବନ ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ର ପୁରୀ । ତାଙ୍କୁ ଥରୁଟିଏ ଦେଖିବାକୁ ଭକ୍ତ ଯେମିତି ଆତୁର ହୋଇଯାଏ । 

ଇଟିଭି ଭାରତ, ପୁରୀ

Last Updated : Feb 14, 2023, 11:34 AM IST

ABOUT THE AUTHOR

...view details