Mangal Alati of Patitapabana: ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ
Published : Oct 20, 2023, 7:08 AM IST
ପୁରୀ: ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ବିଶ୍ବର ମଙ୍ଗଳ କାମନା କରି ବିଶ୍ବନିଅନ୍ତାଙ୍କ ନିକଟରେ ମଙ୍ଗଳ ଆଳତୀ କରାଯାଏ । ସବୁଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି । ଏହାସହ ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । ମଙ୍ଗଳ ଆଳତୀ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ଓ ପୂଣ୍ୟପ୍ରାପ୍ତି ହୋଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅଖିଳ ବ୍ରହ୍ମାଣ୍ଡ ନାଥ, ତାଙ୍କର ଅନେକ ନାମ । କିଏ କାଳିଆ ସାନ୍ତେତ ଆଉ କିଏ ନଟଖଟିଆ, ମହାବାହୁ ପୁଣି କିଏ ବଡ଼ ଠାକୁର ନାମରେ ତାକୁ ଡାକନ୍ତି । ତାର ଚକା ଆଖିକୁ ଦେଖିଲେ ଭାବ ବିହ୍ବଳ ହୋଇପଡନ୍ତି ଭକ୍ତ । ସମସ୍ତ ପାପ-ତାପ ନାଶନ ଏହି ବଡ଼ ଦେଉଳରେ ଅବସ୍ଥାପିତ ବଡ଼ ଠାକୁର ।
ଇଟିଭି ଭାରତ, ପୁରୀ