ଓଡିଶା

odisha

ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ

ETV Bharat / videos

Mangal Alati: ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - ମଙ୍ଗଳ ଆଳତୀ

By

Published : May 14, 2023, 6:42 AM IST

ପୁରୀ:କୋଟି ଓଡ଼ିଆଙ୍କ ମଉଡମଣି ମହାପ୍ରଭୁ ଜଗନ୍ନାଥ । ଭାବ ବିନୋଦିଆ ଠାକୁର କାଳିଆ ସାଆନ୍ତେ । ଅନାଥର ନାଥ ଜଗନ୍ନାଥ । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ମହାପ୍ରଭୁ । ବିଶ୍ବର ମଙ୍ଗଳ କାମନା ପାଇଁ ପ୍ରତିଦିନ ପ୍ରଭୁ ପତିତପାବନଙ୍କ ନିକଟରେ ମଙ୍ଗଳ ଆଳତୀ କରାଯାଏ । ସବୁଦିନ ଭଳି ଆଜି ମଧ୍ୟ ମହାପ୍ରଭୁଙ୍କ ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତୀ ହୋଇଛି । ବଡି ଭୋରରୁ ସେବାୟତମାନେ ଶ୍ରୀମନ୍ଦିର ଦ୍ବାର ଫିଟାଇଛନ୍ତି । ହରିବୋଲ ହୁଳହୁଳି ଘଣ୍ଟ ଘଣ୍ଟି ଓ ମନ୍ତ୍ରୋପଚାରଣରେ ପ୍ରକମ୍ପିତ ହୋଇଛି ଶ୍ରୀମନ୍ଦିର । ଏହି ଆଳତୀ ଦର୍ଶନ କଲେ ପୁରା ଦିନ ମଙ୍ଗଳମୟ ହୋଇଥାଏ ଓ ଅପାର କରୁଣା ପ୍ରାପ୍ତ ହୁଏ ବୋଲି ବିଶ୍ବାସ ରହିଛି  । ଭାଗ୍ୟରେ ଥିଲେ ପତିତପାବନଙ୍କ ଆଳତୀ ଦର୍ଶନ ମିଳେ । କାଳିଆ ସାଆନ୍ତେଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ସାତ ଦରିଆ ପାରି ହୋଇ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଥାଏ ଭକ୍ତ । ପାପରୁ ମୁକ୍ତି ପାଇବା ପାଇଁ ସାଆନ୍ତେଙ୍କ ନିକଟରେ ପ୍ରାର୍ଥନା କରିଥାଏ  । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details