ଓଡିଶା

odisha

ମଙ୍ଗଳ ଆଳତୀ

ETV Bharat / videos

Mangal Alati: ପ୍ରଭାତରୁ ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ - ମଙ୍ଗଳ ଆଳତୀ

By

Published : Mar 8, 2023, 7:03 AM IST

ପୁରୀ:ଉଠ ଉଠ ମଣିମା ହୁଅ ସଦୟେ । ଓଁ ନମୋ ଭଗବତେଃ ବାସୁଦେବାୟ । ଅନାଥର ନାଥ ସେ ମହାପ୍ରଭୁ ଜଗନ୍ନାଥ । ଓଡିଆଙ୍କ ମଉଡମଣି ଭକ୍ତର ଭାବରେ ବନ୍ଧା ସେ ଭାବବିନୋଦିଆ । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ମହାପ୍ରଭୁ । ପ୍ରଭୁ ପତିତପାବନଙ୍କ ପାଖରେ ସବୁଦିନ ଦିବ୍ୟ ମଙ୍ଗଳ ଆଳତୀ କରାଯାଏ । ପ୍ରତିଦିନ ମହାପ୍ରଭୁଙ୍କ ନିକଟରେ ମଙ୍ଗଳ ଆଳତୀ କରାଯାଇଥାଏ । ପ୍ରତିଦିନ ପରି ଆଜି ମଧ୍ୟ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ହୋଇଛି । ଭୋରୁ ସେବାୟତମାନେ ଶ୍ରୀମନ୍ଦିର ଦ୍ବାର ଫିଟାଇଛନ୍ତି । ହରିବୋଲ ହୁଳହୁଳି ଘଣ୍ଟ ଓ ମନ୍ତ୍ରରେ ପ୍ରକମ୍ପିତ ହୋଇଛି ଶ୍ରୀମନ୍ଦିର ପରିସର । ମଙ୍ଗଳ ଆଳତୀ ଦର୍ଶନ କଲେ ଦିନ ଶୁଭମୟ ହେବ ସହ ମହାପ୍ରଭ୍ରୁ କରୁଣା ମିଳିଥାଏ ବୋଲି ବିଶ୍ବାସ ରହିଛି । ଜୀବନର ସମସ୍ତ ପାପ କ୍ଷୟ ହୋଇଥାଏ । ଚକା ଆଖିଆର ଏହି ଆଳତୀ ଦର୍ଶନ କଲେ ଆତ୍ମା ଶାନ୍ତି ହୋଇଥାଏ ।

ABOUT THE AUTHOR

...view details