ଓଡିଶା

odisha

Mangal Alati of Patitapabana

ETV Bharat / videos

Mangal Alati of Patitapabana: ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - ମଙ୍ଗଳ ଆଳତୀ

By

Published : Feb 3, 2023, 6:48 AM IST

Updated : Feb 3, 2023, 8:40 PM IST

ପୁରୀ: କୋଟି ଓଡିଆଙ୍କ ଆରଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ । ଭାବର ଠାକୁର ହେଉଛନ୍ତି ଭାବ ବିନୋଦିଆ କଳାଠାକୁର । ତାର ନୀଳା କାହାକୁ ବା ଅଛପା । ନିରାଶର ଆଶା ତୁମେ ଅନାଥର ନାଥ । ତୁମର ଦର୍ଶନ ପାଇଁ ସଭିଏଁ ବିବ୍ରତ । ସମଗ୍ର ବିଶ୍ବର ମଙ୍ଗଳ କାମନା କରି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ମଙ୍ଗଳ ଆଳତୀ କରାଯାଏ । ସବୁଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି । ଏହାସହ ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । କୁହାଯାଏ ଯେ, ମଙ୍ଗଳ ଆଳତୀ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ଓ ପୂଣ୍ୟପ୍ରାପ୍ତି ହୋଇଥାଏ ।

ସକାଳୁ ସକାଳୁ ପ୍ରଭୁ ଜଗନ୍ନାଥଙ୍କ ଆଳତୀ ଦର୍ଶନ କଲେ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ବାସ ରହିଛି । ପ୍ରତିଟି ଭକ୍ତ ଆଳତୀ ନେବା ପାଇଁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଭିଡ ଜମାଇଥାନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନେକ ନାମ । କିଏ କାଳିଆ ସାଆନ୍ତେ ତ ଆଉ କିଏ ନଟଖଟିଆ, ମହାବାହୁ ପୁଣି କିଏ ବଡ ଠାକୁର ନାମରେ ତାକୁ ଡାକନ୍ତି । ତାର ଚକା ଆଖିକୁ ଦେଖିଲେ ଭାବ ବିହ୍ବଳ ହୋଇ ପଡନ୍ତି ଭକ୍ତ । ସମସ୍ତ ପାପ-ତାପ ନାଶନ ଏହି ବଡ ଦେଉଳରେ ଅବସ୍ଥାପିତ ବଡଠାକୁର ।

ପରମ ପାବନ ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ର ପୁରୀ । ଅନେକ ଗୁଢ ତତ୍ତ୍ବରେ ଆଚ୍ଛନ୍ନ ଏହି ଧାମ । ସେ ଅପାର କରୁଣାର ଅଧିକାରୀ । ତାଙ୍କୁ ଥରୁଟିଏ ଦେଖିବାକୁ ଭକ୍ତ ଯେମିତି ଆତୁର ହୋଇଯାଏ । ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଦେଶ ବିଦେଶର ପର୍ଯ୍ୟଟକଙ୍କ ସୁଅ ଛୁଟେ । ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଏଠାରେ ଭଗବାନଙ୍କୁ ଦର୍ଶନ ଭକ୍ତଙ୍କ ଭିଡ ଜମିଥାଏ ।

ଚାରି ଧାମ ମଧ୍ୟରୁ ଜଗନ୍ନାଥ ଧାମ ଅନ୍ୟତମ । ଭକ୍ତଙ୍କ ଭାବରେ ବନ୍ଧା କାଳିଆ ଠାକୁର । ମହାବାହୁଙ୍କ ସବୁଠାରୁ ବଡ ପର୍ବ ହେଉଛି ଘୋଷ ଯାତ୍ରା । ବର୍ଷକରେ ଥରୁଟିଏ ଶ୍ରୀମନ୍ଦିର ବାହାରକୁ ଆସି ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମହାବାହୁ । ଏହାପରେ ନିଜ ମାଉସୀଙ୍କ ଘରକୁ ଯାତ୍ରା କରିଥାନ୍ତି । ୯ ଦିନର ଯାତ୍ରା ପରେ ପୁଣି ଶ୍ରୀମନ୍ଦିରକୁ ବାହୁଡିଥାନ୍ତି ମହାବାହୁ । କାହିଁକି ନା ବିଶ୍ବ ନିଅନ୍ତା ବି ସମୟ ଡୋରରେ ବନ୍ଧା । ଏହାକୁ ବାହୁଡା ଯାତ୍ରା କୁହାଯାଏ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ ।

ଇଟିଭି ଭାରତ, ପୁରୀ

Last Updated : Feb 3, 2023, 8:40 PM IST

ABOUT THE AUTHOR

...view details