Mangal Alati, ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ଆଳତୀ - ମଙ୍ଗଳ ଆଳତୀ
ଉଠ ଉଠ ହେ ମଣିମା ହୁଅ ସଦୟ । ଓଁ ନମୋ ଭଗବତେ ବାସୁଦେବାୟ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ସମଗ୍ର ବିଶ୍ବର ମଙ୍ଗଳ କାମନା କରି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ । ସବୁଦିନ ପରି ଆଜି ମଧ୍ୟ ସେବାୟତମାନଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି । ଏହାସହ ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । କୁହାଯାଏ ଯେ, ମଙ୍ଗଳ ଆଳତୀ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ଓ ପୂଣ୍ୟପ୍ରାପ୍ତି ହୋଇଥାଏ । ଧର୍ମର ମାସ କାର୍ତ୍ତିକ ମାସ ଚାଲିଛି ତେଣୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ମଧ୍ୟ ଜାରି ରହିଛି । ଏହି ମାସରେ ସକାଳୁ ସକାଳୁ ନୀଳାଚଳିଆ କାଳିଆ ସାଆନ୍ତେଙ୍କ ଆଳତୀ ଦର୍ଶନ କଲେ ପୁରା ଦିନ ମଙ୍ଗଳମୟ ହୋଇଥାଏ ବୋଲି ବିଶ୍ବାସ ରହିଛି ।
Last Updated : Feb 3, 2023, 8:30 PM IST