ଓଡିଶା

odisha

ETV Bharat / videos

Mangal Alati, ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ଆଳତୀ - ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ

By

Published : Oct 21, 2022, 6:59 AM IST

Updated : Feb 3, 2023, 8:29 PM IST

ପୁରୀ: ଉଠ ଉଠ ହେ ମଣିମା ହୁଅ ସଦୟ । ଓଁ ନମୋ ଭଗବତେ ବାସୁଦେବାୟ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ସକାଳୁ ସକାଳୁ ଦେଖନ୍ତୁ ଜଗାର ଦିବ୍ୟ ଆଳତୀ । ପତିତମାନଙ୍କୁ ଉଦ୍ଧାରିବା ପାଇଁ ପତିତପାବନ ରୂପେ ଧରାଧାମରେ ଅବତାର ନେଇଛନ୍ତି ମହାପ୍ରଭୁ । ସବୁଦିନ ପରି ଆଜି ମଧ୍ୟ ମହାପ୍ରଭୁଙ୍କ ଦ୍ବାର ଫିଟା ଓ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହୋଇଛି । ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ ମଙ୍ଗଳ ଆଳତୀ କରାଯାଏ । ଯାହାର ମାହାତ୍ମ୍ୟ ବେଶ ଅଧିକ ରହିଛି । ଚାଲିଛି ଧର୍ମର ମାସ କାର୍ତ୍ତିକ ମାସ । କାର୍ତ୍ତିକ ମାସରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ମଧ୍ୟ ଜାରି ରହିଛି । ଏହି ମାସରେ ସକାଳୁ ସକାଳୁ ନୀଳାଚଳିଆ କାଳିଆ ସାଆନ୍ତେଙ୍କ ଆଳତୀ ଦର୍ଶନ କଲେ ପୁରା ଦିନ ମଙ୍ଗଳମୟ ହୋଇଥାଏ ବୋଲି ବିଶ୍ବାସ ରହିଛି ।
Last Updated : Feb 3, 2023, 8:29 PM IST

ABOUT THE AUTHOR

...view details