ଓଡିଶା

odisha

man dead body found from land

ETV Bharat / videos

ଧାନବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର - ଧାନବିଲରେ ଯୁବକ ମୃତଦେହ

By ETV Bharat Odisha Team

Published : Dec 27, 2023, 9:53 PM IST

Dead Body Found From Land in Balasore ବାଲେଶ୍ବର: ଧାନ ବିଲରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ହତ୍ୟା କରି ଧାନ ବିଲରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ । ଗତକାଲି ରାତିରୁ ଯୁବକ ଜଣକ ନିଖୋଜ ଥିଲେ । ଖୋଜାଖୋଜି ପରେ ଆଜି ସକାଳୁ ମିଳିଲା ଯୁବକଙ୍କ ମୃତଦେହ । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅଞ୍ଚଳରେ ।  

ସୂଚନା ମୁତାବକ, ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା  ନହରା ପଞ୍ଚାୟତ କଣ୍ଠାଳିଆ ଗ୍ରାମର ଯୁବକ ଶମ୍ଭୁନାଥ ପଢିଆରୀ ଗତକାଲି ଧାନ ଚାଷ କାର୍ଯ୍ୟ କରି ସନ୍ଧ୍ୟା ସମୟରେ ଛକକୁ ଚା ପିଇବାକୁ ଯାଉଛି ବୋଲି କହି ଘରୁ ବାହାରି ଯାଇଥିଲେ । ଶମ୍ଭୁ ରାତିରେ ଘରକୁ ଫେରିନଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଶମ୍ଭୁ ଘରକୁ ନଫେରିବାରୁ ପରିବାର ଲୋକ ଶମ୍ବୁଙ୍କୁ ଖୋଜାଖୋଜି କରି ସକାଳେ ଧାନ ବିଲ ଆଡ଼କୁ ଯାଇ ସେଠାରେ ଶମ୍ଭୁଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ମୃତଦେହର  ବିଭିନ୍ନ ଜାଗାରେ କ୍ଷତାକ୍ତ ଓ ମୁହଁରେ କ୍ଷତ ଚିହ୍ନ  ଥିବା ଦେଖିବାକୁ ମିଳିଛି । ଏନେଇ ଗ୍ରାମବାସୀ କମର୍ଦ୍ଦା ପୋଲିସକୁ ଖବର ଦେଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ପରିବାର ଲୋକେ ଶମ୍ଭୁଙ୍କୁ ହତ୍ୟା କରାଯାଇ ଫୋପାଡି ଦିଆଯାଇଥିବା ନେଇ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ଏହା ଏକ ହତ୍ୟାକାଣ୍ଡ କିମ୍ବା ଏହାପଛରେ ଅନ୍ୟ କିଛି କାରଣ ଅଛି ତାହା ପୋଲିସ ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ।  

ଏହା ମଧ୍ୟ ପଢ଼ନ୍ତୁ....ଶାଶୁଙ୍କୁ ହତ୍ୟା କରି ୨୮ ବର୍ଷ ଧରି ଫେରାର ଥିଲା ଜ୍ବାଇଁ, ବ୍ରହ୍ମପୁରରୁ ବାନ୍ଧିଲା ପୋଲିସ

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details