ପୋଲାଭରମ ପ୍ରକଳ୍ପକୁ ବିରୋଧ: ସାଇକେଲ ଯାତ୍ରାରେ ବାହାରିଲେ ମାଲକାନଗିରି ଓକିଲ ସଂଘ ସଭାପତି - ପୁରୀକୁ ସାଇକେଲ ଯାତ୍ରା
Published : Dec 22, 2023, 10:54 AM IST
ମାଲକାନଗିରି:ଇନ୍ଦିରା ସାଗର ପୋଲାଭରମ ଡ୍ୟାମ୍ ପ୍ରକଳ୍ପକୁ ବିରୋଧ । ମୋଟୁ ଗ୍ରାମ ମୋଗି ପଏଣ୍ଟରୁ ଜଳ ସଂଗ୍ରହକରି ପୁରୀ ଅଭିମୁଖେ ସାଇକେଲ ଯାତ୍ରାରେ ବାହାରିଛନ୍ତି ଜିଲ୍ଲା ଓକିଲ ସଂଘ ସଭାପତି ଲମ୍ବୋଦର ଗୁରୁକ । ଏଠାରୁ ନେଇଥିବା ଜଳ ସେ ପୁରୀ ସମୁଦ୍ରରେ ଢାଳିବେ ବୋଲି କହିଛନ୍ତି । ଦୀର୍ଘବର୍ଷ ଧରି ପୋଲାଭରମ ସମସ୍ୟାର ସମାଧାନ ହେଉ ନଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ଏହି ପ୍ରୟାସ ଆରମ୍ଭ କରିଛନ୍ତି। ପିପୁଲ ଏଗେନ୍ଷ୍ଟ୍ ପୋଲାଭରମ ପ୍ରୋଜେକ୍ଟ ଜାତୀୟ କମିଟି ଅଧ୍ୟକ୍ଷ ପ୍ରଭାକର ହନ୍ତାଳ ଓ ବରିଷ୍ଠ ନାଗରିକ ବାଲାରାକୁ ସତ୍ୟନାରାୟଣ ସବୁଜ ପତାକା ଦେଖାଇ ସାଇକେଲ ଯାତ୍ରାର ଶୁଭାରମ୍ଭ କରିଥିଲେ । ବୁଧବାର ମୋଟୁ ଗ୍ରାମରୁ ସାକେଲ ଯାତ୍ରା କରି ଗୁରୁବାର ସକାଳ ୧୦ଟା ସମୟରେ ମାଲକାନଗିରିରେ ପହଞ୍ଚି ଥିଲେ । ଜିଲ୍ଲା ବାର ଆସିଏସନର ଓକିଲ ସଂଘ ତାଙ୍କୁ ସ୍ବାଗତ କରିଥିଲେ । ଏହି ସାଇକେଲ ଯାତ୍ରା କରିବାର ମୁଖ୍ୟ ଉଦେଶ୍ୟ ହେଉଛି, କେନ୍ଦ୍ର ସରକାରଙ୍କ ପୋଲାଭରମ ପ୍ରକଳ୍ପ ଯୋଗୁଁ ମୋଟୁ ଗ୍ରାମର ସମସ୍ତ ଲୋକ ପ୍ରଭାବିତ ଓ ବିସ୍ଥାପିତ ହେବେ । ସେମାନଙ୍କୁ କ୍ଷତି ପୂରଣ ଦାବିରେ ତୁରୁକ ସାକେଲରେ ପୁରୀ ଅଭିମୁଖେ ବାହାରି ଜଗନ୍ନାଥ ମନ୍ଦିରରେ ପହଞ୍ଚି ପ୍ରାର୍ଥନା କରିବେ ବୋଲି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଓଡି଼ଶାକୁ ବୁଡ଼ାଇଲା ଆନ୍ଧ୍ର ପ୍ରକଳ୍ପ, ବନ୍ୟା ଜଳରେ ଉବୁଟୁବୁ ମୋଟୁ ଅଞ୍ଚଳ
ଇଟିଭି ଭାରତ, ମାଲକାନଗିରି