ଓଡିଶା

odisha

Rathakhala Halchal

ETV Bharat / videos

Rathakhala Halchal: ଅର କଣ୍ଟା ପ୍ରସ୍ତୁତିରେ ଲାଗିଛନ୍ତି କମାର ସେବକ

By

Published : May 2, 2023, 4:43 PM IST

Updated : May 2, 2023, 4:53 PM IST

ପୁରୀ: ଆଜି ରଥ ନିର୍ମାଣର ନବମ ଦିନ । ରଥ ନିର୍ମାଣକାରୀ ସେବକ ସକାଳ ୮ଟାରେ ରଥଖଳାଠାରେ ଉପସ୍ଥିତ ହୋଇ ଉପସ୍ଥାନ ଦେଲା ପରେ ରଥ ନିର୍ମାଣ କାର୍ଯ୍ୟରେ ଲାଗିଥିଲେ । ୩ ରଥର ମୋଟ ୪୨ ଗୋଟି ତୁମ୍ବର ୧୬ ଯୋଡ଼ା ଲେଖାଁଏ ବିନ୍ଧ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ତିନି ରଥର ତୁମ୍ବଗୁଡିକରେ ଅର କଣ୍ଟା ବସିବା ପାଇଁ ଅଗର ବିନ୍ଧ କରାଯିବା ସହ ତୁମ୍ବରେ ଅର ସଂଯୋଗ ପାଇଁ ହୋଇଥିବା ବିନ୍ଧଗୁଡ଼ିକର ଆବଶ୍ୟକତାକୁ ପରଖା ଯାଇ ନିହାଣ ମରା ସଂଶୋଧନ କାର୍ଯ୍ୟ କରାଯିବ । ସେପଟେ ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ତିନିରଥର କମାର ସେବକ କାରିଗରମାନେ ତିନି ରଥର ୧୦ ଗୋଟି ଲେଖାଁଏ ଚକ ପାଇଁ ଆବଶ୍ୟକ ଅର କଣ୍ଟା (୬/୭") ନିର୍ମାଣ ଆଜି ସୁଦ୍ଧା ଶେଷ କରିବା ସହ ଦୁଇଟି ଲେଖାଁଏ ଚକ ପାଇଁ ଆବଶ୍ୟକ ପନ୍ଧାରୀ ବଳା ନିର୍ମାଣ ଶେଷ କରିଛନ୍ତି ।  

ଇଟିଭି ଭାରତ, ପୁରୀ 

Last Updated : May 2, 2023, 4:53 PM IST

ABOUT THE AUTHOR

...view details