ଓଡିଶା

odisha

ଦୁର୍ଗାପୂଜାରେ ଉତ୍ସବମୁଖର ଢେଙ୍କାନାଳ ,ମା'ଙ୍କ ପାଖରେ ଲାଗିଲା ଛପନ ଭୋଗ

ETV Bharat / videos

ଦୁର୍ଗାପୂଜାରେ ଉତ୍ସବମୁଖର ଢେଙ୍କାନାଳ, ମା'ଙ୍କ ପାଖରେ ଲାଗିଲା ଛପନ ଭୋଗ - dhenkanal durga puja

By ETV Bharat Odisha Team

Published : Oct 22, 2023, 9:18 PM IST

ଢେଙ୍କାନାଳ: ମା'ଙ୍କ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛିି ଢେଙ୍କାନାଳ ସହର । ସହରର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ମା' ଦୁର୍ଗାଙ୍କ ପୂଜା । ସେହିପରେ ସହରର ରାଧାକୃଷ୍ଣ ବଜାର ପୂଜା ମଣ୍ଡପରେ ମା' ଜଗତ ଜନନୀ ଦୁର୍ଗାଙ୍କ ପାଖରେ ଅଷ୍ଟମୀ ପୂଜା ଚାଲିଛି l ଏଠାରେ ଦୀର୍ଘ 20 ବର୍ଷ ଧରି ମା'ଦୁର୍ଗାଙ୍କ ନବରାତ୍ର ପୂଜା ହୋଇ ଆସୁଛି l ଗତ 15 ତାରିଖରୁ ଏହି ନବରାତ୍ର ପୂଜା ଆରମ୍ଭ ହୋଇଛି l ପ୍ରତ୍ୟେକ ଦିନ ସକାଳୁ ରୀତିନୀତି ଅନୁସାରେ ସୂର୍ଯ୍ୟପୂଜା ମଙ୍ଗଳ ଆଳତୀ,ମହାସ୍ନାନ ସାଙ୍ଗକୁ ସଂନ୍ଧ୍ୟା ପୂଜା ଆଦି କରାଯାଇଥାଏ l

ନବରାତ୍ରର ପ୍ରଥମ ଦିନରୁ କଳଶଯାତ୍ରା କରାଯାଇ ମଣ୍ଡପରେ 108 କଳଶ ସ୍ଥାପନ କରାଯାଇଥିଲା l ବିଶେଷ କରି ସପ୍ତମୀଦିନ ମଣ୍ଡପରେ ମା'ଙ୍କ ଠାରେ ଛପନ ଭୋଗର ଆୟୋଜନ କରାଯାଇଥିଲା l ପରେ ପ୍ରସାଦକୁ ଭକ୍ତମାନଙ୍କୁ ବଣ୍ଟନ କରାଯାଇଥାଲା । ଦ୍ୱାପରେ ଯୁଗରେ ପ୍ରଭୁ କୃଷକଙ୍କ ପାଖରେ ଛପନ ଭୋଗ ଲାଗି କରାଯାଇଥାଏ l ସେଥିପାଇଁ ଦୀର୍ଘ ଦଶବର୍ଷ ହେବ ଏହି ମଣ୍ଡପରେ ଛପନ ଭୋଗର ଆୟୋଜନ କରାଯାଉଛି l ନବମୀ ଦିନ ନବକନ୍ୟା ପୂଜନ ସହ ପୂର୍ଣ୍ଣାହୂତି କରାଯିବର କାର୍ଯ୍ୟକ୍ରମ ରହିଛି l ବିଶ୍ୱାସ ରହିଛି ମା'ଙ୍କ ପାଖରେ ଯାହା ମନାସିଲେ ତାହା ପୂରଣ ହୋଇଥାଏ । ବିଶେଷ କରି ସଂନ୍ଧ୍ୟା ସମୟରେ ମହାଆଳତୀ ଦେଖିବାକୁ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳେ । ଆଳତୀ ସାଙ୍ଗକୁ ଘଣ୍ଟଘଣ୍ଟି ଧ୍ୱନିରେ ପୂରା ପରିବେଶ ଭକ୍ତିମୟ ହୋଇଯାଏ । 

ଏହା ମଧ୍ୟ ପଢନ୍ତୁ....ମହାକାଳୀ ବେଶରେ ଦର୍ଶନ ଦେଲେ ମା’ କଟକ ଚଣ୍ଡୀ

ଇଟିଭି ଭାରତ,ଢେଙ୍କାନାଳ

ABOUT THE AUTHOR

...view details