ଓଡିଶା

odisha

ଭଦ୍ରକାଳୀଙ୍କ ମହାସରସ୍ବତୀ ବେଶ

By ETV Bharat Odisha Team

Published : Nov 17, 2023, 4:43 PM IST

ETV Bharat / videos

ଭଦ୍ରକାଳୀଙ୍କ ମହାସରସ୍ବତୀ ବେଶ, ହଂସ ବାହନରେ ଦର୍ଶନ ଦେଲେ ମା'

ଭଦ୍ରକ: ପରମ ବୈଷ୍ଣବୀ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଷଷ୍ଠ ଦିନ । ଆଜି ମା' ପଦ୍ମାସନା ହଂସ ବାହନରେ ଆସିନ୍ନ ହୋଇ ମହାସରସ୍ବତୀ ବେଶରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ତେଣୁ ଭଦ୍ରକାଳୀ ପୀଠରେ ମା’ଙ୍କ ମହାସରସ୍ୱତୀ ବେଶ ଦର୍ଶନ କରିବା ପାଇଁ ଭକ୍ତମାନଙ୍କ ସମାଗମ ହୋଇଛି । ପୀଠରେ ପୂର୍ବ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁଯାୟୀ ଯଥା ବିଧି ମା'ଙ୍କ ପୂଜାର୍ଚ୍ଚନା ହେଉଛି । ଶୁକ୍ରବାର ସକାଳେ ପହଡ଼ ଖୋଲିବା ପରେ ମଙ୍ଗଳ ଆଳତି ଏବଂ ସୂର୍ଯ୍ୟ ପୂଜା ପରେ ସମସ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଏହି ଅବସରରେ ମା'ଙ୍କୁ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଚଣ୍ଡୀପାଠ ଅନୁଷ୍ଠିତ ହୋଇଛି । 

ଏହା ବି ପଢନ୍ତୁ...ପୀଠ ସହ ପୂଜା ମଣ୍ଡପରେ ଝଟକୁଛନ୍ତି ମାଆ, କାଳୀ ପୂଜା ନେଇ ଭଦ୍ରକରେ ଉତ୍ସବର ମାହୋଲ

ଏହା ସହ ମା’ ମହାସରସ୍ଵତୀ ବେଶରେ ଦର୍ଶନ ଦେଇଛନ୍ତି । ଭଦ୍ରକାଳୀଙ୍କୁ ମହାସରସ୍ଵତୀ ବେଶରେ ଦର୍ଶନ କଲେ ସକଳ ବିଦ୍ୟା ଲାଭ, ପରିବାରରେ ମଙ୍ଗଳ ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ ଏହି ବେଶ ଦର୍ଶନ କରି ଆଶିଷ ଭିକ୍ଷା କରିବା ପାଇଁ ଶ୍ରଦ୍ଧାଳୁମାନେ ଅପେକ୍ଷା କରି ରହିଥାନ୍ତି । ତେବେ ୭ ଦିନ ଧରି ଚାଲିଥିବା ଏହି ଉତ୍ସବର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହେବ । ଆସନ୍ତାକାଲି ଶନିବାର ତଥା ଶେଷ ଦିନରେ ମା’ ମହାଲକ୍ଷ୍ମୀ ବେଶରେ ପୂଜା ପାଇବେ ।


ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details