ଓଡିଶା

odisha

PM Modi mops temple floor

By ETV Bharat Odisha Team

Published : Jan 12, 2024, 6:26 PM IST

ETV Bharat / videos

ମନ୍ଦିର ପରିସର ସଫା କରି ମୋଦିଙ୍କ ବାର୍ତ୍ତା; ଶ୍ରୀରାମ ଆସୁଛନ୍ତି, ସ୍ବଚ୍ଛତା ଅଭିଯାନ ଚଲାଅ

PM Modi mops temple floor in Nashik: ମୁମ୍ବାଇ:କଥାରେ ଅଛି 'କହିବା ଆଗରୁ କରିବା' । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବାଣୀକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସର୍ବଦା ସ୍ବଚ୍ଛତାର ବାର୍ତ୍ତା ଦେଉଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ମହାରାଷ୍ଟ୍ର ଗସ୍ତରେ ଥିବା ବେଳେ ନାଶିକ ଶ୍ରୀକାଲାରାମ ମନ୍ଦିର ପରିସର ସଫା କରିଛନ୍ତି । ହାତରେ ପୋଛା ଧରି ପ୍ରଧାନମନ୍ତ୍ରୀ ସଫା କରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପ୍ରଧାନମନ୍ତ୍ରୀ ଏକ ଜନସଭାରେ ମହାରାଷ୍ଟ୍ର ବାସୀଙ୍କୁ ସମ୍ବୋଧିତ କରିଥିଲେ । ନାଶିକରୁ ସାରା ଦେଶବାସୀଙ୍କୁ ମୋଦି ଏକ ଅପିଲ କରି କହିଛନ୍ତି , "ତେବେ ଆସନ୍ତା 22 ଜାନୁଆରୀରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା । ଶ୍ରୀରାମ ଆସୁଛନ୍ତି । ଏଣୁ ସମସ୍ତ ମଠ ମନ୍ଦିର ଆଦି ଧାର୍ମିକ ସ୍ଥଳୀରେ ସ୍ବଚ୍ଛତା ଅଭିଯାନ ଆରମ୍ଭ କରନ୍ତୁ ।"

ଏହା ବି ପଢନ୍ତୁ- ମୋଦିଙ୍କ ନାଶିକ ଗସ୍ତ, କାଲାରାମ ମନ୍ଦିରରେ କଲେ ପୂଜାର୍ଚ୍ଚନା

ABOUT THE AUTHOR

...view details