ଓଡିଶା

odisha

ମହାଲକ୍ଷ୍ମୀ ବେଶରେ ମା' ଭଦ୍ରକାଳୀଙ୍କ, ମନ୍ଦିରରେ ପ୍ରବଳ ଭଡ

By ETV Bharat Odisha Team

Published : Nov 18, 2023, 7:20 PM IST

ETV Bharat / videos

ମହାଲକ୍ଷ୍ମୀ ବେଶରେ ମା' ଭଦ୍ରକାଳୀଙ୍କ, ମନ୍ଦିରରେ ପ୍ରବଳ ଭଡ

ଭଦ୍ରକ: ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ମା' ଭଦ୍ରକାଳୀ ଆଜି ସପ୍ତମାତୃକା ବେଶର ସପ୍ତମ ତଥା ଶେଷ ଦିନରେ ମା' ମହାଲକ୍ଷ୍ମୀ ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ଏହା ପରେ ଆସନ୍ତାକାଲି ଠାରୁ ପରମ ବୈଷ୍ଣବୀ ମା' ଭଦ୍ରକାଳୀ ବର୍ଷ ତମାମ ବିଶ୍ୱ ମାତା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ । ମା' ଭଦ୍ରକାଳୀଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ କଲେ ଧନଧାନ୍ୟ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଆଜିର ଦିନରେ ମା'ଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ କରି କରୁଣା ଭିକ୍ଷା କରିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭଡ ହୋଇଛି । 

ପ୍ରତିବର୍ଷ ପରି କାଳୀ ପୂଜା ଅମାବାସ୍ୟା ତିଥି ଠାରୁ ଆରମ୍ଭ ହୋଇ ୭ ଦିନଆ ଧରି ମା' ସପ୍ତମାତୃକା ବେଶରେ ଦର୍ଶନ ଦେଇଥାନ୍ତି । ଆଜି ଶେଷ ଦିନରେ ମା'ଙ୍କ ମହାଲକ୍ଷ୍ମୀ ବେଶ ସହ ବିଶ୍ଵ ଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ହୋଇଛି । ତେବେ ଆସନ୍ତାକାଲି ଠାରୁ ମା' ଭଦ୍ରକାଳୀ ବିଶ୍ଵମାତା ରୂପରେ ପୂଜା ପାଇବା ସହ ଭକ୍ତଙ୍କୁ ଦର୍ଶନ ଦେବେ ।

 
ଏହା ମଧ୍ୟ ପଢନ୍ତୁ....ପୀଠ ସହ ପୂଜା ମଣ୍ଡପରେ ଝଟକୁଛନ୍ତି ମାଆ, କାଳୀ ପୂଜା ନେଇ ଭଦ୍ରକରେ ଉତ୍ସବର ମାହୋଲ

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details