ଓଡିଶା

odisha

ଉଜ୍ଜୈନରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ରୋଡ୍ ସୋ

ETV Bharat / videos

ଉଜ୍ଜୈନରେ ମୁଖ୍ୟମନ୍ତ୍ରୀ ମୋହନଙ୍କ ରୋଡ୍ ସୋ, ଜନ ସମୁଦ୍ର ପାଲଟିଲା ହୋମ୍ ଟର୍ଫ

By ETV Bharat Odisha Team

Published : Dec 16, 2023, 8:15 PM IST

ଉଜ୍ଜୈନ( ମଧ୍ୟପ୍ରଦେଶ):  ହୋମ୍ ଟର୍ଫରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ଜନ୍ମମାଟି ଉଜ୍ଜୈନରେ ବିଶାଳ ରୋଡ୍ ସୋ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ । ଉଜ୍ଜୈନ ପାଲଟିଛି ଜନ ସମୁଦ୍ର ।  ମୁଖ୍ୟମନ୍ତ୍ରୀ ଖୋଲା ଗାଡ଼ିରେ ସହର ପରିକ୍ରମା କରିଥିବା ବେଳେ, ତାଙ୍କ ଉପରେ ପୁଷ୍ପ ବର୍ଷା କରିଥିଲେ ଜନତା । ମୁଖ୍ୟମନ୍ତ୍ରୀ ମଧ୍ୟ ଫୁଲ୍ ଫିଙ୍ଗି ଜନତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନିଜ ଅଞ୍ଚଳରେ ଜନସଂପର୍କ ଯାତ୍ରା କରିଛନ୍ତି ମୋହନ  ଯାଦବ। ହଜାର ହଜାର ଲୋକ ରାସ୍ତାର ଦୁଇ ପଟେ ରହି ମୁଖ୍ୟମନ୍ତ୍ରୀଙ୍କୁ  ସ୍ବାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉଜ୍ଜୈନ ଦକ୍ଷିଣ ବିଧାନସଭା ଆସନରୁ ବିଧାୟକ ଅଛନ୍ତି ।  ୨୦୨୩ ବିଧାନସଭା ନିର୍ବାଚନରେ ବିଜେପି ମଧ୍ୟପ୍ରଦେଶରେ ପ୍ରଚଣ୍ଡ ବହୁମତ ସହ କ୍ଷମତାକୁ ଆସିଥିବା ବେଳେ, ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା ଦଳ ।    

  ଏହା ମଧ୍ୟ ପଢ଼ନ୍ତୁ: ମଧ୍ୟ ପ୍ରଦେଶରେ 'ମୋହନ' ସରକାର: ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ, ସମାରୋହରେ ପ୍ରଧାନମନ୍ତ୍ରୀ ସାମିଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details