ଓଡିଶା

odisha

Interview with Madhusmita prusty

ETV Bharat / videos

ଅଚିହ୍ନା ମୃତକଙ୍କ ସାଥି ମଧୁସ୍ମିତା ପୃଷ୍ଟି, ଚ୍ୟାଲେଞ୍ଜ ଥିଲା ବାହାନଗା ଅପରିଚିତ ମୃତକଙ୍କ ଅନ୍ତିମ ସଂସ୍କାର - ଅଜଣା ମୃତକଙ୍କ ଅନ୍ତିମ ସଂସ୍କାର

By ETV Bharat Odisha Team

Published : Oct 13, 2023, 2:15 PM IST

Updated : Oct 13, 2023, 7:13 PM IST

ଭୁବନେଶ୍ବର:ଆମ ସମାଜରେ ସାଧାରଣତଃ ମହିଳାଙ୍କୁ ଶ୍ମଶାନ ଯିବା ମନା ହୋଇଥାଏ । ହେଲେ ଏହାକୁ ଖାତିର ନକରି ମୃତଦେହ ଦାହକୁ ଜୀବନର ବ୍ରତ କରି ଅଚିହ୍ନା ଶବର ସାଥି ସାଜିଛନ୍ତି ମଧୁସ୍ମିତା ପୃଷ୍ଟି । ପର ଓ ଆପଣା ଭାବନାକୁ ପଛରେ ପକାଇ ଅଚିହ୍ନା ମୃତଦେହକୁ ନିଜ ପରିବାର ଭାବି ସେମାନଙ୍କ ଅନ୍ତିମ ସତ୍କାର କରୁଛନ୍ତି ମଧୁସ୍ମିତା । ସେ ୫ ବର୍ଷ ଧରି ଏହି କାର୍ଯ୍ୟ କରି ଆସୁଛନ୍ତି । ନିଜର ସହଭାଗିତା ଦେଇଆସିଥିବା ବେବେ ଶବ ସତ୍କାର ପ୍ରତି ଥିବା ସମର୍ପଣକୁ ନେଇ ୧୮୦୦ରୁ ଊର୍ଦ୍ଧ୍ବ ଶେଷ କୃତ୍ୟ ସମ୍ପନ୍ନ କରିଛନ୍ତି । ଏପରିକି ପରିବାର ସାଜି ମୁଖାଗ୍ନି ବି ଦେଇଛନ୍ତି । ଅନେକ ଅଚିହ୍ନା ମୃତକଙ୍କ ସାଥି ସାଜିଥିବା ବେଳେ ବାହାନଗା ଟ୍ରେନ ଦୁର୍ଘଟଣାରରେ ମଧ୍ୟ ନିଜର ସେବାର ସହଭାଗୀତାକୁ ଭୁଲି ନାହାନ୍ତି । ଦୁର୍ଘଟଣାରେ ମୃତ 28 ଅଚିହ୍ନାଙ୍କର ଭରତପୁର ଶ୍ମାସନରେ ସେମାନଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଏହା କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି ମଧୁସ୍ମିତା । ରାତିସାରା ଉଜାଗର ରହି ମୃତଦେହ ପୋଡ଼ିବା କାର୍ଯ୍ୟ କରିଛନ୍ତି । ଗତ 11 ତାରିଖରେ ବାଲେଶ୍ବର ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ପରିଚୟ ମିଳିନଥିବା 28 ଜଣଙ୍କର 128 ଦିନ ପରେ ଅନ୍ତିମ ସଂସ୍କାର କରାଯାଇଛି । ତେବେ ଶୁଣନ୍ତୁ କଣ କହୁଛନ୍ତି ଅଚିହ୍ନା ମୃତକଙ୍କ ସାଥୀ ମଧୁସ୍ମିତା ପୃଷ୍ଟି ।

ଏହା ବି ପଢନ୍ତୁ...Bahanaga Train Tragedy: ଅଚିହ୍ନା ମୃତକଙ୍କ ଅନ୍ତିମ ସଂସ୍କାର, 128 ଦିନ ପରେ ଜଳିଲା 28 ମୃତଦେହ

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 13, 2023, 7:13 PM IST

ABOUT THE AUTHOR

...view details