ଓଡିଶା

odisha

ଝଙ୍କଡବାସିନୀ ମା'ଶାରଳାଙ୍କ ପୀଠରେ ପାଳିତ ହୋଇଛି ଘଣ୍ଟତୋଳା ଉତ୍ସବ

ମା, ଶାରଳାଙ୍କ ମନ୍ଦିରରେ ଆରମ୍ଭ ହେଲା ଚୈତ୍ର ଘଣ୍ଟ ପାଟୁଆ ଯାତ୍ରା

By

Published : Mar 16, 2023, 7:51 PM IST

Published : Mar 16, 2023, 7:51 PM IST

ଜଗତସିଂହପୁର: ଝଙ୍କଡବାସିନୀ ମା'ଶାରଳାଙ୍କ ପୀଠରେ ପାଳିତ ହୋଇଛି ଘଣ୍ଟତୋଳା ଉତ୍ସବ । ପ୍ରତ୍ୟେକ ବର୍ଷ ପବିତ୍ର ମୀନ ସଂକ୍ରାନ୍ତିରୁ ଏହି ପର୍ବ ଆରମ୍ଭ ହୋଇଥାଏ । ମା'ଶାରଳାଙ୍କ ସେବାୟତମାନେ ସୁସଜ୍ଜିତ ଘଟଦଣ୍ଡରେ ମା'ଶାରଳାଙ୍କ କୃପାଜଳ ଧାରଣ କରି ଗାଁ ଗାଁ, ନଗର ନଗର, ବୁଲି ମା'ଙ୍କ ମହିମା ପ୍ରଚାର କରିଥାନ୍ତି । ମୀନସଂକ୍ରାନ୍ତି ତଥା ଘଣ୍ଟତୋଳା ସଂକ୍ରାନ୍ତିଠାରୁ ଆରମ୍ଭ ହୋଇ ଘଟଦଣ୍ଡ ପରିକ୍ରମା ଉତ୍ସବ ଏକ ମାସଧରି ଚାଲିଥାଏ । ତେବେ ଗତକାଲି(ବୁଧବାର) ପବିତ୍ର ଘଣ୍ଟ-ଘଣ୍ଟା,ଭେରୀ-ତୁରୀ ଓ କାହାଳି ବାଦ୍ୟରେ ହରିବୋଲ ହୁଳହୁଳି ଧ୍ଵନିରେ କନକପୁର ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା ।  ମା' ଶାରଳାଙ୍କ ମନ୍ଦିର ରତ୍ନ ସିଂହାସନ ସମ୍ମୁଖରେ ବଡ଼ପଣ୍ଡା ଦଶଘଟକୁ ପୂଜା କରିବାପରେ ମନ୍ଦିରବେଢା ପରିକ୍ରମା କରାଯାଇଥିଲା । ନାଟ୍ୟମଣ୍ଡପ ସମ୍ମୁଖରେ ଘଟଦଣ୍ଡଧାରୀ ସେବକମାନେ ଘଟନୃତ୍ୟ ପରିବେଷଣ କରିଥିଲେ । ଆଜିଠାରୁ ମା'ଶାରଳାଙ୍କ ବ୍ରତଧାରୀ ସେବକମାନେ ଓଡ଼ିଶାର ପୁରପଲ୍ଲୀରୁ ସହରନଗରୀ ପର୍ଯ୍ୟନ୍ତ ବିଭିନ୍ନ ଜନବସତିରେ ପରିକ୍ରମା କରି ଏହି ଘଟନୃତ୍ୟ ମାଧ୍ୟମରେ ମାତୃଶକ୍ତି ମହାମହିମା ଲୀଳା ପ୍ରଦର୍ଶନ କରିଥାନ୍ତି ।  

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details