ପଞ୍ଚମ ଦିନରେ ବୁଢୀ ଠାକୁରାଣୀଙ୍କ ପରିକ୍ରମା, ରଥ ଓ କଳାକୁଞ୍ଜକୁ ନିମନ୍ତ୍ରଣ - ରଥ ଓ କଳାକୁଞ୍ଜକୁ ନିମନ୍ତ୍ରଣ
ବ୍ରହ୍ମପୁର: ମା' ବୁଢୀ ଠାକୁରାଣୀଙ୍କ ଆଗମନରେ ଦୁଲୁକୁଛି ରେଶମ ନଗରୀ ବ୍ରହ୍ମପୁର । ସହରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରାର ମୁଖ୍ୟ ଆକର୍ଷଣ ରହିଥାଏ ରଥ ଓ କଳାକୁଞ୍ଜ । ଯାହାକି ମାଆଙ୍କ ଘଟ ପରିକ୍ରମା ସମୟରେ ମା' ବିଭିନ୍ନ ସାହିରେ ରଥ ଓ କଳାକୁଞ୍ଜ ଗୁଡିକୁ ନିମନ୍ତ୍ରଣ କରିଥାନ୍ତି । ମାଆଙ୍କ ଯାତ୍ରାର ଚତୁର୍ଥ ଦିବସରେ ମାଆଙ୍କ ଘଟ ପରିକ୍ରମା କରାଯିବା ସମୟରେ ମାଆ ରଥ ଓ କଳାକୁଞ୍ଜକୁ ନିମନ୍ତ୍ରଣ କରିଥାନ୍ତି ।
ଏହି ଅବସରରେ ମାଆଙ୍କ ଯାତ୍ରାର ପଞ୍ଚମ ଦିନରେ ମାଆ ବାଚୁବାରୀ ସାହିରେ ବିଞ୍ଚଣା ରଥ, କାଳୁପାତ୍ର ସାହି ଜ୍ୱଳାମୁଖି ରଥ, ଶଣ୍ଢମହାନ୍ତି ସାହି ଶିବରୁଢା କାଳୀ ରଥ, ଆଗାସାହିରେ ବନଦୁର୍ଗା ରଥ, ଚନ୍ଦ୍ରମା ସାହିରେ ବୋଇତ କଳାକୁଞ୍ଜ ଏବଂ ନଡିଆ ଗୁରୁଜି ଶ୍ରୀରାମ ରାଜ୍ୟକୁ ନିମନ୍ତ୍ରଣ କରାଯାଇଛି । ଚତୁର୍ଥ ଦିବସରେ ଧର୍ମଝଣ୍ଡା ନିମନ୍ତ୍ରଣ କରାଯାଇଥିବା ବେଳେ ଚତୁର୍ଥ ଦିବସରେ ସାଆନ୍ତାଣୀ ସାହିର ଦୋଳି ରଥ ଓ ମାର୍ଥାପେଟାର ନାରାୟଣ ରଥକୁ ନିମନ୍ତ୍ରଣ କରାଯାଇଛି ।
କୁହାଯାଏ ମାଆଙ୍କ ନିମନ୍ତ୍ରଣ ପାଇବା ପରେ ସହରର ପ୍ରମୁଖ ସାହିରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ପଞ୍ଚମ ଦିନରେ ମାଆଙ୍କ ଘଟ ପରିକ୍ରମା ସମୟରେ ବିଭିନ୍ନ ସାହିରେ ରଥ ଓ କଳାକୁଞ୍ଜ ନିମନ୍ତ୍ରଣ କରାଯାଇଥିଲା । କାଳୁପାତ୍ର ସାହିର ଜ୍ୱଳାମୁଖି ରଥ ୧୯୩୯ ମସିହାରୁ ଆରମ୍ଭ ହୋଇଥିବା କୁହାଯାଉଥିବା ବେଳେ ଆଜିକୁ ୮୫ ବର୍ଷର ପୁରାତନ ରଥ ବୋଲି କୁହାଯାଇଛି । ଏହି ଅବସରରେ ମାଁଙ୍କ ନିମନ୍ତ୍ରଣ ସମୟରେ କାଳୁପାତ୍ର ସାହି ବାସିନ୍ଦାଙ୍କ ସହିତ ଆଲୋଚନା କରିଥିଲେ ଆମ ସମ୍ୱାଦଦାତା ସମୀର ଆଚାର୍ଯ୍ୟ ।
ଇଟିଭି ଭାରତ, ବ୍ରହ୍ମପୁର