ଓଡିଶା

odisha

Lunar eclipse: କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, କଣ କହୁଛନ୍ତି ଜ୍ୟୋତିର୍ବିଦ ?

By ETV Bharat Odisha Team

Published : Oct 28, 2023, 3:56 PM IST

Lunar eclipse

ହାଇଦ୍ରାବାଦ:ଆଜି ପବିତ୍ର କୁମାର ପୂର୍ଣ୍ଣିମା। ତେବେ ଆଜି ଚନ୍ଦ୍ରଗ୍ରହଣ ଲାଗୁଛି। ଆଜି ଚନ୍ଦ୍ରକୁ ଗ୍ରାସ କରିବ ରାହୁ। ତେବେ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ଚାନ୍ଦପୂଜା, ହାଣ୍ଡିଛାଡ ଏବଂ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ନେଇ ସମସ୍ତଙ୍କ ମନରେ ଦ୍ବନ୍ଦ ରହିଛି। ଖଣ୍ଡାଗ୍ରାସ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ଏହା ବ୍ୟତୀତ ଆଟଲାଣ୍ଟିକ୍ ମହାସାଗର, ଭାରତ ମହାସାଗର, ପଶ୍ଚିମ ଏବଂ ଦକ୍ଷିଣ ପ୍ରଶାନ୍ତ ମହାସାଗର, ଆଫ୍ରିକା, ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଦକ୍ଷିଣ ଆମେରିକାର ପୂର୍ବ ଉତ୍ତର ଭାଗରେ ମଧ୍ୟ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ରାତି ୧ଟା ୦୫ମି ୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହୋଇ ରାତି ୨ଟା ୨୨ମିନିଟ୍ ୩୮ ସେକେଣ୍ଡରେ ସର୍ବମୋକ୍ଷ ହେବ । କେଉଁ ସମୟରୁ ପୂଜାବିଧି ବନ୍ଦ ରହିବ ସେ ନେଇ ଜ୍ୟୋତିର୍ବିଦ ପ୍ରଫେସର ମାୟାଧର ସାହୁଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ।  

ଏହା ମଧ୍ୟ ପଢନ୍ତୁ: Lunar eclipse: କେଉଁ ସମୟରେ କରିବେ ଚନ୍ଦ୍ର ପୂଜା ସହ ଜହ୍ନି ଓଷା ଉଦଯାପନ, ଜାଣନ୍ତୁ ପଣ୍ତିତଙ୍କ ମତ


 ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details