ବଜାରରେ ରାମ ମୂର୍ତ୍ତି ବିକ୍ରି ବନ୍ଦ କରିବାକୁ ମୋତେ ସ୍ବପ୍ନାଦେଶ ହୋଇଛି: ବିହାର ଶିକ୍ଷାମନ୍ତ୍ରୀ - ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ଯାଦବ
Published : Sep 18, 2023, 7:42 PM IST
ପାଟନା:ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ଯାଦବଙ୍କ ସ୍ବପ୍ନରେ ଆସୁଛନ୍ତି ପ୍ରଭୁ ରାମଚନ୍ଦ୍ର । ବଜାରରୁ ରାମ ମୂର୍ତ୍ତି ବିକ୍ରି ଉପରେ ରୋକ ଲଗାଇବାକୁ ଭଗବାନ ରାମଚନ୍ଦ୍ର ମନ୍ତ୍ରୀଙ୍କୁ ସ୍ବପ୍ନାଦେଶ ହୋଇ କହିଥିବା କହିଛନ୍ତି ବିହାର ଶିକ୍ଷାମନ୍ତ୍ରୀ । ସୁପଲରେ ଜନସାଧାରଣଙ୍କୁ ସମ୍ବୋଧନ କରୁଥିବା ସମୟରେ ଏପରି ଅଜବ ବୟାନ ଦେଇଛନ୍ତି ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ଯାଦବ । ସେ କହିଛନ୍ତି ଯେ, ପ୍ରଭୁ ରାମ ମୋ ସ୍ୱପ୍ନରେ ଆସିଥିଲେ । ମୋତେ କହିଥିଲେ ଯେ ଲୋକମାନେ ମୋତେ ବଜାରରେ ବିକ୍ରି କରୁଛନ୍ତି, ବିକ୍ରୟରୁ ମୋତେ ରକ୍ଷା କରନ୍ତୁ । ଏହା ପୂର୍ବରୁ ରାମଚରିତ ମାନସକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲା ବିହାର ଶିକ୍ଷାମନ୍ତ୍ରୀ । ହିନ୍ଦୀ ଦିବସ ଅବସରରେ ମନ୍ତ୍ରୀ ଚନ୍ଦ୍ରଶେଖର ବିହାର ହିନ୍ଦୀ ଗ୍ରନ୍ଥ ଏକାଡେମୀ କାର୍ଯ୍ୟକ୍ରମରେ ଯୋଗ ଦେଇ ରାମଚରିତ ମାନସରେ ପୋଟାସିୟମ ସିଆଇନାଇଡ ରହିଛି ବୋଲି କହିଥିଲେ । ଯାହାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ କଡ଼ା ସମାଲୋଚନା କରାଯାଇଥିଲା । ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟ ବିଜେପି ମୁଖପାତ୍ର ଅରବିନ୍ଦ ସିଂ ଶିକ୍ଷାମନ୍ତ୍ରୀଙ୍କ ଏହି ଧର୍ମବିରୋଧୀ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ରାମଚରିତ ମାନସରେ ଅଛି ପୋଟାସିୟମ ସିଆନାଇଡ: ବିହାର ଶିକ୍ଷା ମନ୍ତ୍ରୀ