ଓଡିଶା

odisha

ETV Bharat / videos

17ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ; ମାମୁଁ ଘର ମାଧବାନନ୍ଦ ଜୀଉଙ୍କ ନିକଟକୁ ଗଲା ନିମନ୍ତ୍ରଣ ପତ୍ର - ମାଧବାନନ୍ଦ ଜୀଉ

🎬 Watch Now: Feature Video

Srimandira parikrama project

By ETV Bharat Odisha Team

Published : Dec 27, 2023, 1:47 PM IST

Srimandira parikrama project : 

ନିଆଳି: ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ଇତିହାସରେ ଯୋଡି ହେବ ସ୍ବର୍ଣ୍ଣିମ ଫର୍ଦ୍ଦ  । ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ମଣ । ଏନେଇ ମହାପ୍ରଭୁଙ୍କ ମାମୁ ଘରକୁ ପଠାଯାଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିମନ୍ତ୍ରଣ ପତ୍ର  ।  ଗତକାଲି ସଂଧ୍ୟାରେ ପ୍ରଭୁ ଜଗନ୍ନାଥଙ୍କ ସେବାୟତ  ନିମନ୍ତ୍ରଣ ପତ୍ର ନେଇ କଟକ ଜିଲ୍ଲା ନିଆଳି ବ୍ଳକ ମାଧବ ଗ୍ରାମସ୍ଥିତ ପ୍ରାଚୀ ତଟ ମାଧବାନନ୍ଦ ଜୀଉଙ୍କ ମାମୁଁ ଘରକୁ ଯାଇଥିଲେ। ସେଠାରେ ଜଗନ୍ନାଥଙ୍କ ମାମୁଁ ଭାବେ ଖ୍ୟାତ ଓ ଲୋକ ବିଶ୍ଵାସ ଅନୁଯାୟୀ ନିଆଳି ମାଧବାନନ୍ଦ ଦେବ ପ୍ରଭୁଙ୍କୁ ନିମନ୍ତ୍ରଣ କରିଥିଲେ ।‌ ପିରଭୁଙ୍କ ବାଡ଼ଗ୍ରାହୀ ସେବାଯୁତ ଜଗନ୍ନାଥ ଦାସ ମହାପାତ୍ରଙ୍କ,ବିଭୁ ପ୍ରସାଦ ଦାସମହାପାତ୍ରଙ୍କ ସହ ବରିଷ୍ଟ ଅଧିକାରୀ ମାଧବ ପୀଠରେ ପହଞ୍ଚି ଏହି ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ମନ୍ଦିରର ସେବାୟତ ଓ ଅଞ୍ଚଳବାସୀଙ୍କ ତରଫରୁ ଏହି ଟିମକୁ ସ୍ୱାଗତ କରାଯାଇଥିଲା l ଅନ୍ୟପଟେ ଟିମର ସଦସ୍ୟମାନେ ଏହି ପୀଠକୁ ଆସି ବେଶ ଖୁସି ଥିବା କହିଛନ୍ତି l ସେହିପରି ଖୋର୍ଦ୍ଧା ଜିଲ୍ଲା ତଥା ରାଜଧାନୀ ଉପକଣ୍ଠ ଗଡ କଣ୍ଟିଆଣିସ୍ଥିତ ସୁଦର୍ଶନ ଦେବ ପୀଠକୁ ତିନି ଜଣିଆ ସେବାୟତ ଦଳ ପହଞ୍ଚି ନିମନ୍ତ୍ରଣ ପତ୍ର ପ୍ରଦାନ କରି ଫେରିଛନ୍ତି। ମାଧବାନନ୍ଦ ଜୀଉ ଓ ସୁଦର୍ଶନଙ୍କ ପୀଠ ପକ୍ଷରୁ ସେବାୟତମାନଙ୍କୁ ସଂକୀର୍ତ୍ତନ ଏବଂ ଶଙ୍ଖ ହୁଳହୁଳିରେ ସ୍ବାଗତ କରାଯାଇଥିଲା।  

ଏହା ମଧ୍ୟ ପଢନ୍ତୁ- 17ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ; ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ଦେଲେ ସେବାୟତ

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details