କଳିଙ୍ଗନଗର ଗୁଳିକାଣ୍ଡକୁ 18 ବର୍ଷ, ଶହୀଦ ସ୍ମୃତି ଦିବସ ପାଳିଲା ବିସ୍ଥାପନ ବିରୋଧି ମଞ୍ଚ - କଳିଙ୍ଗନଗର ଗୁଳିକାଣ୍ଡ
Published : Jan 2, 2024, 2:23 PM IST
Kalinganagar firing anniversary: ଯାଜପୁର: କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଆଜି ପୂରିଛି ୧୮ ବର୍ଷ। ମୃତ ଆଦିବାସୀଙ୍କ ସ୍ମୃତିରେ ଶହୀଦ ସ୍ମୃତି ଦିବସ ପାଳନ କରୁଛି ବିସ୍ଥାପନ ବିରୋଧୀ ଜନମଞ୍ଚ। ଏଥିପାଇଁ ଜନମଞ୍ଚ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସ୍ମୃତି ସ୍ତମ୍ଭ ନିକଟରେ ବହୁ ସଂଖ୍ୟାରେ ଆଦିବାସୀ ଏକାଠି ହୋଇଛନ୍ତି। ଗତ ୨୦୦୬ ମସିହା ଆଜିର ଦିନରେ ଜମି ଅଧିଗ୍ରହଣକୁ ନେଇ ପୋଲିସ ଓ ସ୍ଥାନୀୟ ଆଦିବାସୀଙ୍କ ମଧ୍ୟରେ ହୋଇଥିଲା ଗୁଳିକାଣ୍ଡ। ଏଥିରେ ୧୪ ଜଣ ଆଦିବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ସ୍ମୃତିରେ ପ୍ରତିବର୍ଷ ଜାନୁଆରୀ ୨ ତାରିଖକୁ ଶହୀଦ ସ୍ମୃତି ଦିବସ ଭାବେ ପାଳନ କରିଆସୁଛି ବିସ୍ଥାପନ ବିରୋଧୀ ଜନମଞ୍ଚ। ଆଜି ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ଯାଜପୁର ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି l ଏନେଇ ବିସ୍ଥାପନ ବିରୋଧୀ ଜନମଞ୍ଚ ସମ୍ପାଦକ ରବୀନ୍ଦ୍ର ଜାରିକାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ଯାଜପୁର ପ୍ରତିନିଧି ।
ଇଟିଭି ଭାରତ, ଯାଜପୁର