ଓଡିଶା

odisha

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ETV Bharat / videos

ବନ ବିଭାଗକୁ ସଫଳତା, ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର - wild life

By ETV Bharat Odisha Team

Published : Jan 15, 2024, 6:37 AM IST

Live Pangolin Rescued: ନବରଙ୍ଗପୁର: ବନ ବିଭାଗକୁ ମିଳିଛି ସଫଳତା । ଚୋରା ଚାଲାଣ ବେଳେ ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା । ଚାଲାଣ ଅଭିଯୋଗରେ ତିନି ଗିରଫ । କୋଡ଼ିଙ୍ଗାରେ ହେଉଥିଲା ଚୋରା ଚାଲାଣ । 

ଏହା ମଧ୍ୟ ପଢ଼ନ୍ତୁ....ବେଙ୍ଗାଲୁରୁରେ ଓଡିଆ ନାବାଳିକାଙ୍କୁ ନିର୍ମମ ହତ୍ୟା ! ନିର୍ଯାତନା ଦେଉଥିଲା ସାବତ ବାପା

ନବରଙ୍ଗପୁର ଜିଲା କୋଡ଼ିଙ୍ଗା ରେଞ୍ଜର ବରାଗୁଡା ଜଙ୍ଗଲରେ ବଜ୍ରକାପ୍ତାର ଚୋରା ଚଲାଣ କରାଯାଉଥିଲା । ବଜ୍ରକାପ୍ତାର ଚୋରା ଚାଲାଣ କରି ମୂଳଚାଲ କରିବା ସମୟରେ ତାଙ୍କୁ ବନ ବିଭାଗର ଟିମ ଧରିଥିଲା । ତେବେ ବଜ୍ରକାପ୍ତାର ଚୋରାଚାଲାଣ ଖବର ପାଇ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଶୁଭେନ୍ଦୁଙ୍କ ନିଦ୍ଦେଶକ୍ରମେ କୋଡ଼ିଙ୍ଗା, ନବରଙ୍ଗପୁର ଓ ବନବିଭାଗର ଏକ ସ୍ୱତନ୍ତ୍ର ଟିମ ଏହି କାର୍ଯ୍ୟରେ ରହିଥିଲେ । ତିନି ଜଣ ଚାଲାଣକାରୀ 7.5 କେଜିର ବଜ୍ରକାପ୍ତାକୁ ମୂଳଚାଲ କରୁଥିବା ବେଳେ ଧରିଥିଲେ ବନ ବିଭାଗର ଟିମ । ତେବେ ଅଭିଯୁକ୍ତ ମାନେ ହେଲେ କୋରାପୁଟ ଜିଲ୍ଲା ଓଉଗୁଡା ଗାଁର ମାଧବ ମୁଦୁଲି, ମାଝିଗୁଡା ଗାଁର ଘାସି ଟାକରି, ତାରାଗାଁର ତୁଳରାମ ହରିଜନ । ସମସ୍ତଙ୍କୁ ବନବିଭାଗର ଟିମ ଗିରଫ କରିବା ସହ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି । ଚୋରା ଚାଲାଣରେ ବ୍ୟବହୃତ ଏକ ମୋଟର ସାଇକେଲକୁ ମଧ୍ୟ ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ବନବିଭାଗ ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details