ଖୋର୍ଦ୍ଧାରେ ଜମୁଛି ଗଜଲକ୍ଷ୍ମୀ ପୂଜା, ମନ ମୋହୁଛି ତୋରଣ
Published : Oct 31, 2023, 10:49 AM IST
ଖୋର୍ଦ୍ଧା: ଦେବୀ ଦୁର୍ଗାଙ୍କ ପରେ ଧରାପୃଷ୍ଠକୁ ବିରାଜିଛନ୍ତି ପଦ୍ମାଳୟା । ଖୋର୍ଦ୍ଧା ଜିଲ୍ଲାରେ ଜମୁଛି ଗଜଲକ୍ଷ୍ମୀ ପୂଜା । ପ୍ରାୟ 30ରୁ ଊର୍ଦ୍ଧ୍ୱ ମଣ୍ଡପରେ ପୂଜା ପାଉଛନ୍ତି ମା' ଧନଦାତ୍ରୀ । ଆଲୋକ ମାଳାରେ ଝଲସୁଛି ସାରା ସହର । ସନ୍ଧ୍ୟା ହେଲେ ଧୂପ ଦୀପ ଆଳତୀ ସହ ଘଣ୍ଟ ଘଣ୍ଟାରେ ଭକ୍ତିମୟ ପରିବେଶ ସୃଷ୍ଟି ହେଉଛି । ସହରର ବ୍ୟାଙ୍କ ଛକ, ମେଡିକାଲ ରୋଡ୍, ପୁରୁଣା ବସ୍ଷ୍ଟାଣ୍ଡ୍ , ପଲଟନ ପଡ଼ିଆ, ନୂଆ ବସ୍ଷ୍ଟାଣ୍ଡ୍ ଆଦି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା' ଗଜଲକ୍ଷ୍ମୀ । ଚଳିତ ବର୍ଷ ଚନ୍ଦ୍ରଗ୍ରହଣ ହେତୁ ମା'ଙ୍କ ପୂଜା ରାତିରେ ନହୋଇ ଦିନରେ ହୋଇଥିଲା । ସନ୍ଧ୍ୟାରେ ପୂଜା, ଆଳତୀ, ମାନସିକ ଦୀପରେ ପୂଜା ମଣ୍ଡପରେ ଭକ୍ତିମୟ ପରିବେଶ ସୃଷ୍ଟି ହେଉଛି । ଖୋର୍ଦ୍ଧାରେ ଅନେକ ସ୍ଥାନରେ 50 ବର୍ଷରୁ ଊର୍ଦ୍ଧ୍ୱ ଦିନ ହେବ ମା'ଙ୍କୁ ପୂଜା କରାଯାଉଛି । ଆଠ ଦିନ ଧରି ପୂଜା ଚାଲିବ ।
ଇଟିଭି ଭାରତ, ଖୋର୍ଦ୍ଧା