ଓଡିଶା

odisha

ଶାବର ଶ୍ରୀକ୍ଷେତ୍ରରେ ଦଶହରା ଉପଲକ୍ଷେ ଲାଠିଯାତ୍ରା

ETV Bharat / videos

ଶାବର ଶ୍ରୀକ୍ଷେତ୍ରରେ ଲାଠିଯାତ୍ରା, ରୀତିନୀତିରେ ପୂଜା ଆରମ୍ଭ - ରୀତିନୀତିରେ ପୂଜା ଆରମ୍ଭ

By ETV Bharat Odisha Team

Published : Oct 22, 2023, 6:01 PM IST

କୋରାପୁଟ: ଦଶହରା ଆସିଲେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଲୋକେ ଅପେକ୍ଷା କରନ୍ତି ଲାଠିଯାତ୍ରା ଦେଖିବାପାଇଁ । ଏହି ଯାତ୍ରାରେ ସାମିଲ ହେବା ପାଇଁ କୋରାପୁଟ ଜିଲ୍ଲାର ବିଭିନ୍ନ ଗାଁରେ ଗ୍ରାମ ଦେବୀଙ୍କୁ ନେଇ ସ୍ବତନ୍ତ୍ର ପୂଜାର୍ଚ୍ଚନାର ସହ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମସ୍ତିପୁଟରେ ଏହାର ପ୍ରସ୍ତୁତିରେ ସମଗ୍ର ଗ୍ରାମବାସୀ ସାମିଲ ହୋଇ ଗାଁରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛନ୍ତି । ଗ୍ରାମଦେବୀଙ୍କ ପ୍ରତୀକ ଭାବେ ଶାବର ଶ୍ରୀକ୍ଷେତ୍ରକୁ ନିଆ ଯାଉଥିବା ବିଶାଳ ଲାଠି ଗୁଡିକୁ ଗାଁ ମୁଣ୍ଡରେ ଥିବା ଝରଣାରେ ରୀତି ଅନୁଯାୟୀ ସ୍ନାନ କରାଯାଏ । ଏହାପରେ ଆଦିବାସୀଙ୍କ ପାରମ୍ପରିକ ଖଣ୍ଡା ଓ ଢାଲକୁ ପୂଜା କରାଯାଏ । ଲାଠି ତଥା ଖଣ୍ଡା ଓ ଢାଲକୁ ନେଇଁ ଗାଁ ଦାଣ୍ଡରେ ଶୋଭାଯାତ୍ରାରେ ଗ୍ରାମବାସୀ ବାହାରି ଥିବା ବେଳେ ଗାଁର ବିଭିନ୍ନ ପରିବାର ନିଜ ନିଜ ଘର ସମ୍ମୁଖରେ ଲାଠି ରୂପୀ ଦେବୀ ମାଙ୍କୁ ସ୍ୱାଗତ ପୂର୍ବକ ପୂଜାର୍ଚ୍ଚନା କରିଛନ୍ତି ।ଏହି ଅବସରରେ ଲୋକ ବିଶ୍ବାସ ଅନୁଯାୟୀ ଛୋଟ ପିଲାଙ୍କୁ ଲାଠିକୁ ନେଉଥିବା ପୂଜକଙ୍କ ପାଖରେ ରଖାଗଲା ସମସ୍ତ ରୋଗବ୍ୟାଧିରୁ ମୁକ୍ତି ପାଇଥାନ୍ତି ଶିଶୁମାନେ । ରାଜା ରାଜୁଡା କାଳରୁ ଲାଠିକୁ କାନ୍ଧରେ ଧରି ଜୟପୁର ଦଶହରାକୁ ନିଆଯାଏ । ଅନେକ ବର୍ଷ ଧରି କୋରାପୁଟ ଚାରିପାଖରେ ଥିବା ଗାଁର ଲୋକେ ଶାବର ଶ୍ରୀକ୍ଷେତ୍ର କୋରାପୁଟର ନିଶାଣୀ ମୁଣ୍ଡାରେ ସାମୂହିକ ଲାଠି ପୂଜା କରାଯାଏ ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details