ଦୁର୍ଘଟଣା ସ୍ଥଳରେ କିପରି ଚାଲିଛି ପୁନଃଉଦ୍ଧାର କାର୍ଯ୍ୟ, ଦେଖନ୍ତୁ ଭିଡିଓ - ବାହାନଗା ଟ୍ରେନ ଦୁର୍ଘଟଣା
ବାଲେଶ୍ବର:ଗତକାଲି ବିଳମ୍ବିତ ରାତିରେ ଉଦ୍ଧାର ଅପରେସନ ଶେଷ ହେବା ପରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଭିତ୍ତିଭୂମି ପୁନଃଉଦ୍ଧାର କାର୍ଯ୍ୟ । କାର୍ଯ୍ୟରେ ଲାଗିଛନ୍ତି ହଜାରରୁ ଅଧିକ ଯନ୍ତ୍ରୀ ଓ ଶ୍ରମିକ । ଲାଗିଛି ଏକାଧିକ ମେସିନ । କ୍ଷତିଗ୍ରସ୍ତ ବଗିକୁ ଧାରଣାରୁ ହଟାଯାଉଛି । ପ୍ରାୟ ଏକ କି.ମି ଅଞ୍ଚଳରେ ନୂଆ ଟ୍ରାକ ବିଛାଯାଉଛି । ଭାଙ୍ଗି ପଡିଥିବା ବିଦ୍ୟୁତ ଖୁଣ୍ଟି ଓ ଓଭର-ହେଡ ବିଦ୍ୟୁତ୍ ସରବରାହକୁ ସ୍ବାଭାବିକ କରିବା ପାଇଁ କାର୍ଯ୍ୟ ଜାରି ରଖିଛି ରେଳବାଇ ।
ଦୁର୍ଘଟଣା ପରେ ପୂର୍ବତଟ-ରେଳପଥର ଏହି ମୁଖ୍ୟ ଲାଇନ (ହାଓ୍ବଡା-ଚେନ୍ନାଇ)ରେ ରେଳ ସେବା ପ୍ରାୟତଃ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଗତକାଲି ଉଦ୍ଧାର ଅପରେସନ ଶେଷ ହେବା ପରେ ମୃତ୍ୟୁସଂଖ୍ୟା 275 ସ୍ପଷ୍ଟ ହୋଇଛି । ହଜାରରୁ ଅଧିକ ଆହତ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟା ମଧ୍ୟ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଗୋଟିଏ ପଟେ ରେଳସେବା ସ୍ବାଭାବିକ କରିବା ପ୍ରୟାସ ସହ ଦୁର୍ଘଟଣାର ତଦନ୍ତ ମଧ୍ୟ ଜାରି ରଖିଛି ରେଳବାଇ । ଦୁର୍ଘଟଣା ସ୍ଥଳରେ କିପରି ଚାଲିଛି ପୁନଃଉଦ୍ଧାର କାର୍ଯ୍ୟ, ଦେଖନ୍ତୁ ଭିଡିଓ