ବଡ଼ଦାଣ୍ଡରେ ଲେଜର ସୋ, ଭକ୍ତ ଦେଖୁଛନ୍ତି କାଞ୍ଚି ଅଭିଯାନ କାହାଣୀ - କାଞ୍ଚି ଅଭିଯାନ ଲେଜର ସୋ
Published : Jan 16, 2024, 10:35 PM IST
Laser light Show at Puri: ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକପର୍ଣ ଉତ୍ସବକୁ ଆସୁଥିବା ଭକ୍ତମାନେ ପୁରୀରୁ ଏକ ନୁଆ ଅନୁଭୂତି ନେଇ ଯିବେ । ମହାପ୍ରଭୁଙ୍କୁ ଐତିହ୍ୟକୁ ଲୋକ ଲୋଚନକୁ ଆଣିବା ସହ ବିଶ୍ବ ଦରବାରେ ପହଞ୍ଚାଇବା ପାଇଁ ପ୍ରଶାସନର ପ୍ରକ୍ଷରୁ ଏକ ନିଆରା ପଦକ୍ଷପ ନିଆଯାଇଛି । ମହାପ୍ରଭୁଙ୍କ କାଞ୍ଚି ଅଭିଯାନ କାହାଣୀକୁ ଲାଇଟ୍ ସାଉଣ୍ଡ ସହିତ ଲେଜର ସୋ ମାଧ୍ୟମରେ ଭକ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଶାସନ ବ୍ୟବସ୍ଥା କରିଛି । ମାର୍କେଟ ଛକ ନିକଟରେ ନୂତନ ଭାବରେ ନିର୍ମାଣ କରାଯାଇଥିବା ମୁନୁସିପାଲଟି ମାକେର୍ଟ କମ୍ପେ୍ଲସ ଠାରେ ଏହି ଲାଇଟ ସାଉଣ୍ଡ, ଲେଜ୍ର ସୋ କାର୍ଯ୍ୟକ୍ରମ କରାଯାଉଛି । ଏଥିପାଇଁ ମାର୍କେଟ ଛକ କମ୍ପ୍ଲେକ୍ସରେ ବଡ ବଡ ଷ୍ଟାଣ୍ଡ ଲାଗାଯାଇ ସେଥିରେ ଲେଜର ଲାଇଟ ଗୁଡିକୁ ଖଞ୍ଜା ଯାଇଛି ।
ଯେପରି ଲାଇଟ ସାଉଣ୍ଡ ସୋ ଭଲ ଭାବରେ ଭକ୍ତମାନଙ୍କୁ ଦୃଶ୍ୟମାନ ହେବ ସେଥିପାଇଁ ମାର୍କେଟ କମ୍ପ୍ଲେକ୍ସର ବିଭିନ୍ନ ସ୍ଥାନକୁ ଧଳା ରଙ୍ଗର ପ୍ଲାଇ ସାହାଯ୍ୟରେ ସୁସଜ୍ଜିତ କରାଯାଇଛି । ଲାଇଟ ସାଉଣ୍ଡରେ ପୁରୁଷତ୍ତୋମ ଦେବଙ୍କ କାଞ୍ଚି ଅଭିଯାନ କହାଣୀ ପଦର୍ଶିତ କରାଯାଉଛି । ଯେଉଁଥିରେ ଗଜପତିଙ୍କ ସହ ରାଜ କୁମାରୀ ପଦ୍ମାବତୀଙ୍କ ସହିତ ସାକ୍ଷାତ, କାଞ୍ଚି ରାଜଙ୍କ ସହ ଗଜପତିଙ୍କ ଯୁଦ୍ଧ ଘଟଣା କ୍ରମ ଅତି ଚମତ୍କାର ଢଙ୍ଗରେ ଲେଜର ସୋରେ ପ୍ରଦର୍ଶିତ କରାଯାଉଅଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ର କଳାଘୋଡା ଓ ଧଳା ଘୋଡା ଚଢି କାଞ୍ଚି ଅଭିମୁଖେ ଯାତ୍ରା, ମାଣିକ ଗଉଡୁଣୀ ହାତରୁ ଦହି ପିଇ କଉଡି ବଦଳରେ ରତ୍ନ ମୁଦି ଦେଇ କାଞ୍ଚି ଅଭିଯାନ ଦୃଶ୍ୟ ଏଥିରେ ବର୍ଣ୍ଣନା କରାଯାଇଅଛି । ରାଜ କୁମାରୀ ପଦ୍ମାବତୀଙ୍କ ସହ ଗଜପତିଙ୍କ ବିବାହ ଆଦି ଦୃଶ୍ୟକୁ ଲେଜର ସୋ ମାଧ୍ୟମରେ ପ୍ରଦର୍ଶିତ କରଯାଇଛି । ଏହା ଏକ ସପ୍ତାହ ଧରି ଅନୁଷ୍ଠିତ ହେବ । ଯାହା ପୁରୀବାସୀଙ୍କ ସହ ଆସିଥିବା ଭକ୍ତଙ୍କ ପାଇଁ ଏକ ନିଆରା ଅନୁଭୂତି ପ୍ରଦାନ କରିଛି । ଏପରି କାର୍ଯ୍ୟକୁ ପୁରୀବାସୀଙ୍କ ସହ ପର୍ଯ୍ୟଟକମାନେ ପ୍ରଂଶସା କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.....ନୂଆ ରୂପରେ ଶୋଭା ପାଉଛି ଶ୍ରୀମନ୍ଦିର, ଭକ୍ତଙ୍କ ମନ ମୋହୁଛି ପରିକ୍ରମା ପ୍ରକଳ୍ପ
ଇଟିଭି ଭାରତ, ପୁରୀ