ଓଡିଶା

odisha

Terrible Landslide

By

Published : May 15, 2023, 10:51 PM IST

ETV Bharat / videos

Terrible Landslide In Uttarakhand: ଲିପୁଲେଖ୍ ଜାତୀୟ ରାଜପଥରେ ଭୂସ୍ଖଳନ, ଦେଖନ୍ତୁ ଭୟଙ୍କର ଦୃଶ୍ୟ

ଡେରାଡୁନ:ଉତ୍ତରାଖଣ୍ଡର ପିଥାରୋଗଢ ଜିଲ୍ଲାର ଭାରତ ଚୀନ ସୀମାରୁ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି। ତବାଘାଟ-ଲିପୁଲେଖ ଜାତୀୟ ରାଜପଥରେ ଥିବା ଗରବାଡରେ ଭୟଙ୍କର ଭୂସ୍ଖଳନ ହୋଇଛି । ଭୂସ୍ଖଳନ ଯୋଗୁଁ ପାହାଡରୁ ପଥର ଖସି ରାସ୍ତା ଉପରେ ପଡିବା ସହ ଚାରିଆଡେ ଧୂଳି ଯୋଗୁଁ ଅନ୍ଧକାର ପରିବେଶ ସୃଷ୍ଟି ହୋଇଥିଲା । ଏନେଇ ଘଟଣାସ୍ଥଳରେ ଥିବା ଶ୍ରମିକମାନେ ସୁରକ୍ଷିତ ସ୍ଥାନକୁ ପଳାଇଥିଲେ।  ତେବେ ଏହି ଘଟଣାରେ କୌଣସି ଆହତଙ୍କ ସମ୍ପର୍କରେ କିଛି ସୂଚନା ନାହିଁ। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ପୁରା ଘଟଣାର ଭିଡିଓ କ୍ୟାମେରାରେ କଏଦ କରିଛନ୍ତି । ସେହି ସ୍ଥାନରେ ଥିବା ପକଲ୍ୟାଣ୍ଡ ମେସିନ୍ ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି। ତେବେ  ଧାରଚୁଲାର ଏସଡିଏମଙ୍କ ମୁତାବକ, ଆଦି କୈଲାଶ ଯାତ୍ରାକୁ ଦୃଷ୍ଟିରେ ରଖି ରାସ୍ତାରେ କାମ ଚାଲିଛି। ଏଭଳି ପରିସ୍ଥିତିରେ ତୀର୍ଥଯାତ୍ରୀଙ୍କ ଗତିବିଧିକୁ ସୁଗମ କରିବା ପାଇଁ ମେ 18 ସୁଦ୍ଧା ରାସ୍ତା ଖୋଲାଯିବ । ପ୍ରକାଶ ଥାଉକି, ତବାଘାଟ-ଲିପୁଲେଖ  ରାଜପଥ ଭାରତ-ଚୀନ୍ ସୀମା ସମେତ ସୀମାନ୍ତ ଗ୍ରାମଗୁଡ଼ିକୁ ମଧ୍ୟ ସଂଯୋଗ କରେ ।   

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details