କାଲିଠୁ ରାୟଗଡ଼ାରେ ଗଡିବ ୪୦ଟି 'ଲକ୍ଷ୍ମୀ ବସ୍' - ଲକ୍ଷ୍ମୀ ବସ୍ ଯୋଜନା
Published : Nov 24, 2023, 10:13 PM IST
ରାୟଗଡ଼ା:ରାୟଗଡ଼ା ଜିଲ୍ଲାରେ ଗଡିବ ୫୨ ଟି 'ଲକ୍ଷ୍ମୀ ବସ୍'। ଆସନ୍ତାକାଲି ଠାରୁ ଆରମ୍ଭ ହେବ 'ଲକ୍ଷ୍ମୀ ବସ୍' ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଉଦଘାଟନ କରିବେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍ଥାନୀୟ ଜିସିଡି ପଡ଼ିଆରେ ଏକ ଭବ୍ୟ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ୫ ହଜାର ଲୋକ ଏହି ଉଦଘାଟନ ସମାରୋହରେ ଯୋଗ ଦେବେ । ଲୋକଙ୍କ ଯାତାୟାତ ଓ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଲାଗି ପଡିଛନ୍ତି ସରକାରୀ କର୍ମଚାରୀ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ସଚିବ ଉଷା ପାଢ଼ୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୂଚନା ମିଳିଛି ।
ଏଥିପାଇଁ ଆଜି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଏବଂ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ବେହେରା । ଜିସିଡି ପଡ଼ିଆରେ ପ୍ରସ୍ତୁତି ବୁଲି ଦେଖିଥିଲେ । ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୟତ, ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର, ଆଞ୍ଚଳିକ ପରିବହନ ଅଧିକାରୀ ଶିବ ପ୍ରସାଦ ଚୌଧୁରୀଙ୍କ ସମେତ ଅନ୍ୟ ଅଧିକାରୀ । ୫୨ ଟି ବସ୍ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୪୦ ଟି ବସ୍ ଚଳାଚଳ କରିବ । ପ୍ରଥମେ ଜିଲ୍ଲାର ସମସ୍ତ ପଞ୍ଚୟତରୁ ବ୍ଲକ ସଦର ମହକୁମାକୁ ଏହି ବସ ଦେବା ଯୋଗାଇ ଦିଆଯିବ । ପରବର୍ତ୍ତୀ ମୁହୁର୍ତ୍ତରେ 11ଟି ବ୍ଲକ ଏବଂ ଗୋଟିଏ ଏନଏସି ଏବଂ ଗୋଟିଏ ମ୍ୟୁନସିପାଲଟି ଜିଲ୍ଲା ସଦର ମହକୁମାକୁ ସଂଯୋଗ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସ୍ଵଧାଦେବ ସିଂ ।
ଇଟିଭି ଭାରତ, ରାୟଗଡ଼ା