ଓଡିଶା

odisha

ସୂକ୍ଷ୍ମ କଳାକୃତି କରି ଇଂରାଜୀ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ

ETV Bharat / videos

ସୂକ୍ଷ୍ମ କଳାକୃତି କରି ନବ ବର୍ଷର ଶୁଭେଚ୍ଛା ଜଣାଇଲେ ଖୋର୍ଦ୍ଧା ଶିଳ୍ପୀ - ଶିଳ୍ପୀ ଏଲ ଇଶ୍ବର ରାଓ

By ETV Bharat Odisha Team

Published : Dec 31, 2023, 10:39 AM IST

Miniature Artist wishes New Year through art: ଖୋର୍ଦ୍ଧା: ବିଦାୟ ନେଉଛି ବର୍ଷ 2023 । ଆସୁଛି ଇଂରାଜୀ ନୂତନ ବର୍ଷ 2024 । ଏହାକୁ ନେଇ ସବୁଠି ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି । ସଭିଏଁ ଇଂରାଜୀ ନବ ବର୍ଷକୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରି ରହିଛନ୍ତି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସଭିଏଁ ନୂଆ ବର୍ଷ ସେଲିବ୍ରେସନ ପାଇଁ ପ୍ରସ୍ତୁତ । ଏହାରି ଭିତରେ ଓଡ଼ିଶାର ଜଣାଶୁଣା ସୂକ୍ଷ୍ମ କାରିଗର ଶିଳ୍ପୀ ଏଲ ଈଶ୍ୱର ରାଓ ମଧ୍ୟ ନୂତନ ବର୍ଷ 2024କୁ ନିଜ ସୂକ୍ଷ୍ମ କଳାକୃତି ମାଧ୍ୟମରେ ସ୍ଵାଗତ କରିଛନ୍ତି । 

ଏହାମଧ୍ୟ ପଢନ୍ତୁ.. ନବ ବର୍ଷ ସେଲିବ୍ରେସନ; ଡିଜେର ତାଳେ ନାଚିଲେ ମିଶନ ଶକ୍ତି ମାଆ

ଖୋର୍ଦ୍ଧା ଜିଲ୍ଲା ଜଟଣୀ ହାଟବଜାର ଅଞ୍ଚଳର ଏହି ସୂକ୍ଷ୍ମ ଶିଳ୍ପୀ ସବୁବେଳେ ନିଜର ସୂକ୍ଷ୍ମ କଳାକୃତି କରି ଚର୍ଚ୍ଚାରେ ରହି ଆସିଛନ୍ତି । ସେହିଭଳି ଶିଳ୍ପୀ 2024 ଇଂରାଜୀ ନବ ବର୍ଷକୁ ସ୍ୱାଗତ କରିବା ପାଇଁ କାଚ ବୋତଲ ଭିତରେ ସୂକ୍ଷ୍ମ କଳାକୃତି କରି ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଗୋଟିଏ 750 ମିଲିର କାଚ ବୋତଲ ଭିତରେ କାଗଜ, ଚକ ଖଡି, କାଠି ବ୍ୟବହାର କରି ସ୍ୱାଗତ 2024 ଲେଖିଛନ୍ତି । ଏହି କଳାକୃତି କରିବା ପାଇଁ ତାଙ୍କୁ ଦୁଇ ଦିନ ସମୟ ଲାଗିଥିବା କହିଛନ୍ତି ଏଲ ଈଶ୍ୱର ରାଓ । ଏହି କଳା ମାଧ୍ୟମରେ ସେ ସମସ୍ତଙ୍କୁ ଇଂରାଜୀ ନୂତନ ବର୍ଷର ସ୍ୱାଗତ ଜଣାଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details