ହସ୍ପିଟାଲରେ ରୋଗୀଙ୍କୁ ଅଣଦେଖା, ରକ୍ତ ଚାଟିଲା କୁକୁର - ହସ୍ପିଟାଲରେ ରୋଗୀଙ୍କୁ ଅଣଦେଖା
ଲକ୍ଷ୍ନୌ: କୁଶୀନଗର ଜିଲ୍ଲା ଡାକ୍ତରଖାନାରେ ରୋଗୀଙ୍କୁ ଅଣଦେଖା । ଏମରଜେନ୍ସି ଓ୍ବାର୍ଡରେ ବେଡରେ ଶୋଇବା ପରିବର୍ତ୍ତେ, ଚଟାଣରେ ଶୋଉଛନ୍ତି ରୋଗୀ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଜଣେ ଆହତ ବ୍ୟକ୍ତି ଡାକ୍ତରଖାନାର ଓମରଜେନ୍ସି ୱାର୍ଡରେ ଚଟାଣରେ ପଡ଼ିଛନ୍ତି। ଏହି ସମୟରେ ଏକ ଛୋଟ କୁକୁର ତାଙ୍କ ରକ୍ତକୁ ଚାଟୁଛି। ଡାକ୍ତରଖାନାରେ ରୋଗୀଙ୍କୁ କିପରି ସେବା ଯୋଗାଇ ଦିଆଯାଉଛି ତାହା ଏବି ଭିଡିଓରୁ ସ୍ପଷ୍ଟ ବାରି ହୋଇପଡୁଛି ।
Last Updated : Feb 3, 2023, 8:31 PM IST