ଓଡିଶା

odisha

ଓଡ଼ିଆ ଲେଖାପଢ଼ା ଜାଣିନଥିଲେ, ଅଯୋଗ୍ୟ ଘୋଷିତ ହେଲେ ସରପଞ୍ଚ

By

Published : Apr 12, 2023, 5:51 PM IST

କୁନ୍ଦେଇ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା

ନବରଙ୍ଗପୁର: ଓଡ଼ିଆ ଲେଖାପଢ଼ା ଜାଣିନଥିଲେ, ଚାଲିଗଲା ପଦବୀ । ନବରଙ୍ଗପୁର ଜିଲ୍ଲା ରାଇଘର ପଞ୍ଚାୟତ ସମିତି ଅଧୀନରେ ଥିବା କୁନ୍ଦେଇ ପଞ୍ଚାୟତ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ରାଇଘର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଏହି ଘୋଷଣା କରିଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ କୁନ୍ଦେଇ ସରପଞ୍ଚ ଭାବେ ସୁନିତା ବାଇ ଗଣ୍ଡ ନିର୍ବାଚିତ ହୋଇଥିଲେ । ସୁନିତାଙ୍କୁ ଲେଖାପଢ଼ା ଜଣାନାହିଁ ବୋଲି ପୂର୍ବତନ ସରପଞ୍ଚ ସନରାଜ ଗଣ୍ଡଙ୍କ ପତ୍ନୀ ରଞ୍ଜିତା ମାଝୀ ଅଭିଯୋଗ କରିଥିଲେ । ଏହାର ପ୍ରତିବାଦ କରି ୨0୨୨ ମସିହା ମାର୍ଚ୍ଚ ମାସ ୧୪ ତାରିଖରେ ରାଇଘର ଜେଏମଏଫସି କୋର୍ଟରେ ପିଟିସନ ଦାୟର କରିଥିଲେ । ୧୪ ମାସ ହେଲା ଚାଲୁଥିବା ମାମଲାର ଶୁଣାଣି କରି ବିଚାରପତି ପ୍ରତିଶ କୁମାର ଚାନ୍ଦ  ସୁନିତା ବାଇ ଗଣ୍ଡଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି  । ଓଡ଼ିଆ ଲେଖି କିମ୍ବା ପଢିପାରୁନଥିବା ଯୋଗୁଁ ତାଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି । 

ଇଟିଭି ଭାରତ, ନବରଙ୍ଗପୁର 

ABOUT THE AUTHOR

...view details