ଓଡିଶା

odisha

By

Published : Dec 5, 2022, 11:05 PM IST

Updated : Feb 3, 2023, 8:34 PM IST

ETV Bharat / videos

ଉଦଯାପିତ ହେଲା କୋଣାର୍କ ମହୋତ୍ସବ, ଶେଷ ଦିନରେ ମନଜିଣିଲା ଓଡିଶୀ-କୁଚିପୁଡି ନୃତ୍ୟ

ପୁରୀ: ଉଦଯାପିତ ହେଲା କୋଣାର୍କ ମହୋତ୍ସବ 2022 (Konark Mahotsav 2022) । ଶେଷ ଦିବସ ତଥା 5ମ ଦିବସରେ କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚରେ ଓଡ଼ିଶୀ ଓ କୁଚିପୁଡ଼ି ପରିବେଷିତ ହୋଇଥିଲା । ପ୍ରଥମେ ଭୁବନଶ୍ଵରର ନୃତ୍ୟ ନୈବେଦ୍ୟର ପ୍ରଭାତ କୁମାର ସ୍ବାଇଁ ଓ ତାଙ୍କ ସାଥୀ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ବିଭୋର କରି ଦେଇଥିଲେ । ପରେ ଦ୍ବିତୀୟ ପର୍ଯ୍ୟାୟରେ ଚେନ୍ନାଇର ଶିବ ମୋହନ ଗ୍ରୁପ୍ କୁଚିପୁଡ଼ି ନୃତ୍ୟ ପରିବେଷଣ କରିଥିଲେ। ଯାହାକି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇ ଥିବା କୋଣାର୍କ ମହୋତ୍ସବ ଆଜି ଉଦଯାପିତ ହୋଇଛି । ଅନେକ ପ୍ରସିଦ୍ଧ ନୃତ୍ୟ ଶିଳ୍ପୀ ନୃତ୍ୟ ପରିବେଷଣ କରିଥଲେ । ଇଟିଭି ଭାରତ, ପୁରୀ
Last Updated : Feb 3, 2023, 8:34 PM IST

ABOUT THE AUTHOR

...view details