ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ଭକ୍ତଙ୍କ ପାଇଁ ରହିଛି ଅତ୍ୟାଧୁନିକ ସୁବିଧା - ଶ୍ରୀଜଗନ୍ନାଥ ବଲ୍ଲଭ କେନ୍ଦ୍ର
Published : Jan 16, 2024, 8:50 PM IST
Sri Jagannath ballav reception center: ପୁରୀ: ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ପୁରୀକୁ ଆସିଥିବା ପ୍ରତ୍ୟେକଟି ପର୍ଯ୍ୟଟକ କିପରି ସୁଖଦ ଅନୁଭବ ନେଇ ଘରକୁ ଫେରିବେ ସେ ଦିଗରେ ବିଶେଷ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଶ୍ରୀକ୍ଷେତ୍ରରେ ନିର୍ମିତ ହୋଇଛି ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର । ଏଠାରେ ଭକ୍ତ ଓ ପର୍ଯ୍ୟଟକଙ୍କ ଲାଗି ରହିଛି ଅତ୍ୟାଧୁନିକ ସୁବିଧା । ଏହି 5 ମହଲା ବିଶିଷ୍ଟ ଅଟ୍ଟାଳିକାରେ ରହିଛି ସମସ୍ତ ସୁବିଧା । ପର୍ଯ୍ୟଟକ ଶ୍ରୀସେତୁ ଦେଇ ସିଧା ଏଠାରେ ପହଞ୍ଚିପାରିବେ । ଏହି ବିଲ୍ଡିଂରେ ଧ୍ୟାନକେନ୍ଦ୍ରଠୁ ଆରମ୍ଭ କରି ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା, ଫୁଡକୋଟ, ମାର୍କେଲ କମ୍ପ୍ଲେକ୍ସ, ବିଶ୍ରାମ କେନ୍ଦ୍ର, ଏଣ୍ଟରଟେନମେଣ୍ଟ ଜୋନ ରହିଛି । 200 କୋଟି ଟଙ୍କା ବ୍ୟୟରେ ରାଜ୍ୟ ସରକାର ଏହାକୁ ନିର୍ମାଣ କରିଛନ୍ତି । ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ଏଭଳି ବିଶାଳକାୟ କେନ୍ଦ୍ର ନିର୍ମାଣ କରାୟାଇଛି । ପୁରୀରୁ ଦେଖନ୍ତୁ ଇଟିଭି ଭାରତର ଏହି ସ୍ବତନ୍ତ୍ର ରିପୋର୍ଟ
ଏହା ବି ଦେଖନ୍ତୁ- କଳା ଭାସ୍କର୍ଯ୍ୟରେ ଝଲସୁଛି ଭକ୍ତ-ଭଗବାନଙ୍କ ସେତୁ 'ଶ୍ରୀସେତୁ'