ଓଡିଶା

odisha

ଓମିକ୍ରନର ନୂଆ ଭାରିଆଣ୍ଟ

ETV Bharat / videos

'JN-1 ଭାରିଆଣ୍ଟ ଚିନ୍ତାଜନକ ନୁହେଁ, କିନ୍ତୁ ସଚେତନତା ଜରୁରୀ' - covid awareness

By ETV Bharat Odisha Team

Published : Jan 4, 2024, 7:56 PM IST

New Omicron Variant: କଟକ:ଓଡିଶାରେ ଓମିକ୍ରନର ନୂଆ ଭାରିଆଣ୍ଟ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ବିଶେଷ କରି ଜିନମ ସିକ୍ବେସିଂ ପରେ ରୋଗୀଙ୍କଠାରେ ଏହି ଭୁତାଣୁ ଚିହ୍ନଟ ହେଉଛନ୍ତି । ଏହାକୁ ନେଇ ସତର୍କ ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏହି ନୂଆ ଭରିଆଣ୍ଟ JN-1 ବ୍ୟାପିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା। 

ଏହା ମଧ୍ୟ ପଢନ୍ତୁ...ଓଡ଼ିଶାରେ ଦୁଇ JN.1 ସଂକ୍ରମିତ ଚିହ୍ନଟ

ସେ କହିଛନ୍ତି, "JN-1 ଓମିକ୍ରନର ଏକ ସଫ୍ଟ ଭାରିଆଣ୍ଟ। ଏହି ଭୂତାଣୁର ମହାମାରୀ ସୃଷ୍ଟି କରିବା ଆଶଙ୍କା ବହୁତ କମ ରହିଛି। JN-1 ରେ ଆକ୍ରାନ୍ତ ହେଲେ ଗଳା ଦରଜ ରହିବା , ଥଣ୍ଡା ,କାଶ, ଛିଙ୍କ ହୋଇଥାଏ । କିନ୍ତୁ ଏହା ମାରାତ୍ମକ ନୁହେଁ । JN-1 ରେ ଏପର୍ଯ୍ୟନ୍ତ ଯେତେ ଲୋକଙ୍କ ମୃତ୍ୟୁ ଘଟିଛି ସେମାନେ ସମସ୍ତେ ବୟସ୍କ କିମ୍ବା ବହୁବିଧ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଥିଲେ । କୋଭିଡ ଟୀକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଏବେବି ରୋଗ ପ୍ରତିରୋଧକ ଶକ୍ତି ରହିଛି।" କିନ୍ତୁ ଗର୍ଭବତୀ ମହିଳା, ଶିଶୁ ଏବଂ ବହୁବିଧ ରୋଗ ଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ଭିଡ ସ୍ଥାନକୁ ନଯିବା, ବାହାରକୁ ଗଲେ ମାସ୍କ ପିନ୍ଧିବା ଓ ହାତ ଧୋଇବା ଭଳି ଅଭ୍ୟାସକୁ ଜାରି ରଖିବାକୁ ପଡ଼ିବ ବୋଲି କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details