ଓଡିଶା

odisha

ETV Bharat / videos

ସୁକ୍ଷ୍ମ କଳାକୃତିରେ ଅଗ୍ରପୂଜ୍ୟ, ୪ ଇଞ୍ଚର ଗଣେଶ ମୂର୍ତ୍ତି ତିଆରି କରି ଚର୍ଚ୍ଚାରେ ଈଶ୍ୱର - ରାତି ପାହିଲେ ଗଣେଶ ପୂଜା

🎬 Watch Now: Feature Video

eswar rao make 4 inch ganesh idol

By ETV Bharat Odisha Team

Published : Sep 18, 2023, 5:19 PM IST

ଖୋର୍ଦ୍ଧା:ରାତି ପାହିଲେ ଗଣେଶ ପୂଜା । ଧାରବତରଣ କରିବେ ଅଗ୍ରପୂଜ୍ୟ ପାର୍ବତୀ ନନ୍ଦନ ଗଜାନନ । ଏନେଇ ଚାରି ଆଡେ ପ୍ରସ୍ତୁତି ଶେଷ ହୋଇଛି । ଅଗ୍ରପୂଜ୍ୟଙ୍କ ଆଗମରେ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର । ଚଳିତ ବର୍ଷ ୪ ଇଞ୍ଚର ଗଣେଶ ମୂର୍ତ୍ତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ହାଟବଜାର ଅଞ୍ଚଳର ସୂକ୍ଷ୍ମ ଶିଳ୍ପୀ ଏଲ ଈଶ୍ୱର ରାଓ। ଖାଲି ଗଣେଷ ନୁହଁନ୍ତି  ସେ ସାଢ଼େ ତିନି ଇଞ୍ଚର ସରସ୍ୱତୀ ଏବଂ ଲକ୍ଷ୍ମୀଙ୍କ ମୂର୍ତ୍ତି ମଧ୍ୟ ପ୍ରସ୍ତୁତ କରିଛନ୍ତି । 8ଇଞ୍ଚର ପେଣ୍ଡାଲରେ ଏହି ତିନି ମୂର୍ତ୍ତିକୁ ସ୍ଥାପିତ କରିଛନ୍ତି ଈଶ୍ୱର । ପରିବେଶକୁ ସୁହାଇଲା ଭଳି ପଦାର୍ଥ ସେ ମୂର୍ତ୍ତି ତିଆରିରେ ବ୍ୟବହାର କରିଛନ୍ତି । ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ନୁହେଁ ବରଂ ମାଟି, ସୁତା ଓ ଦିଆସିଲି କାଠିରେ ସେ ମୂର୍ତ୍ତି ଓ ପେଣ୍ଡାଲକୁ ତିଆରି କରିଛନ୍ତି । ତିନୋଟି ମୂର୍ତ୍ତି ତିଆରି କରିବାକୁ ଇଶ୍ବରଙ୍କୁ 7ଦିନ ସମୟ ଲାଗିଥିଲା ।  

ଏହା ମଧ୍ୟ ପଢନ୍ତୁୃ-ଆସୁଛନ୍ତି ପାର୍ବତୀନନ୍ଦନ, 8 ପ୍ରକାର ମଞ୍ଜିରେ ନିର୍ମିତ ହୋଇଛନ୍ତି ଗଜାନନ

ABOUT THE AUTHOR

...view details