ଓଡିଶା

odisha

kharif rice procurement

By ETV Bharat Odisha Team

Published : Nov 15, 2023, 1:35 PM IST

ETV Bharat / videos

ଡିସେମ୍ବର ୧୪ରୁ କୋରାପୁଟରେ ଖରିଫ ଧାନ ସଂଗ୍ରହ ଆରମ୍ଭ

କୋରପୁଟ: ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୋରାପୁଟ ଜିଲ୍ଲାରେ ୧୦୫ଟି ମଣ୍ଡି ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି । ଖରିଫ ଋତୁରେ ଜିଲ୍ଲାରେ ମୋଟ ୨୧ ଲକ୍ଷ ୬୧ ହଜାର ୧୧୭ ମେଟ୍ରିକ ଟନ ଧାନ କ୍ରୟ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୯୫ଟି ମିଲରକୁ ଧାନ କ୍ରୟ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ସେହିପରି ଡିସେମ୍ବର ୧୪ ତାରିଖରୁ କୋରାପୁଟରେ ଧାନ ମଣ୍ଡି ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବ ।  ଧାନ କ୍ରୟ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବା ନେଇ ନିଷ୍ପତ୍ତି ହୋଇଛି । ସେହିପରି  ଧାନ ସଂଗ୍ରହ ସମୟରେ ସ୍ବଚ୍ଛତା ରଖିବା ନେଇ ମଣ୍ଡିରେ ସିସିଟିଭି କ୍ୟାମେରା ଲାଗାଯିବ । ବାୟୋମେଟ୍ରିକର ବ୍ୟବସ୍ଥା ରହିବା ଫଳରେ ନକଲି ଚାଷୀଙ୍କୁ ଚିହ୍ନଟ କରିବାରେ ସୁବିଧା ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।  ହେଲେ ଅନ୍ୟପଟେ ଡିସେମ୍ବର ୧୪ ତାରିଖ ପରିବର୍ତ୍ତେ ଖୁବଶୀଘ୍ର ମଣ୍ଡି ଆରମ୍ଭ କରିବାକୁ ପ୍ରଶାସନ ନିକଟରେ ଚାଷୀ ଦାବି କରିଛନ୍ତି ।  

ଏହା ମଧ୍ୟ ପଢନ୍ତୁ- ଖରିଫ ଋତୁରେ ୪ ଲକ୍ଷ କ୍ୱିଣ୍ଟାଲରୁ ଅଧିକ ବିହନ ଯୋଗାଣ ଲକ୍ଷ୍ୟ: କୃଷି ସଚିବ

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details