Diwali Celebration: ଉତ୍ସବ ମୁଖରିତ ଐତିହାସିକ ସହର ଖଡ଼ିଆଳ - ଦୀପାବଳି ସେଲିବ୍ରେସନ
ନୂଆପଡ଼ା: ଜିଲ୍ଲାର ଖଡ଼ିଆଳ, ବୋଡେନ, ସିନାପାଲି, କୋମନା, ନୂଆପଡା ଆଦି ଅଞ୍ଚଳରେ ଆଲୋକର ପର୍ବ ଦୀପାବଳି ହସ ଉଲ୍ଲାସରେ ପାଳିତ ହୋଇଯାଇଛି । ଝିକମିକ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ ଗାଁ ଠାରୁ ସହର । ବିଶେଷ କରି ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳ ଠାରେ ଦୀପାବଳିର ଖୁସିର ମାହୋଲ ଦେଖାଦେଇଛି । ଉତ୍ସବ ମୁଖରିତ ହୋଇପଡିଛି ଐତିହାସିକ ସହର ଖଡ଼ିଆଳ । ସହରର ବୋଡେ଼ନ ଛକ, ଗୁରୁନାନକ ଛକ, ଥାନା ଛକ, ଆଜାଦ ଛକ ଦେଇ ଲକ୍ଷ୍ମୀ ଛକ ପର୍ଯ୍ୟନ୍ତ ରଙ୍ଗବେରଙ୍ଗ ଆଲୁଅରେ ଝଲସି ଉଠୁଛି ସହର । ତ୍ରେତୟା ଯୁଗରେ ପ୍ରଭୂ ରାମଚନ୍ଦ୍ର ୧୪ ବର୍ଷ ବନବାସ ଭ୍ରମଣ କରି ମହାପ୍ରତାପୀ ରାବଣକୁ ବଧ କରି ଅଯୋଧ୍ୟ ନଗରୀକୁ ଫେରିଆସିଥିବା ପୌରାଣିକ ତଥ୍ୟରୁ ଜଣାପଡେ । ସେହି ମହାନ ପବିତ୍ର ଦିନକୁ ମନେପକାଇ ବିଶ୍ଵବ୍ୟାପୀ ପ୍ରତିବର୍ଷ ଆଲୋକର ପର୍ବ ଦୀପାବଳି ପାଳନ କରାଯାଏ ବୋଲି ସାଂସ୍କୃତିକ ଗବେଷକ ମତ ଦିଅନ୍ତି । ଇଟିଭି ଭାରତ, ନୂଆପଡ଼ା
Last Updated : Feb 3, 2023, 8:30 PM IST