ଓଡିଶା

odisha

କେନ୍ଦୁଝର ଜିଲ୍ଲାରେ ଇଦ୍ ପର୍ବ ପାଳିତ

By

Published : Apr 22, 2023, 8:42 PM IST

ETV Bharat / videos

ଇଦ୍ ପର୍ବ ପାଳିତ, ଶତାଧିକ ଶ୍ରଦ୍ଧାଳୁଙ୍କ ସମୂହ ନମାଜ ପାଠ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଇଦ୍ ପର୍ବ ପାଳିନ ।  କେନ୍ଦୁଝର ଜିଲ୍ଲାର ସମସ୍ତ ଅଞ୍ଚଳରେ ହର୍ଷ ଉଲ୍ଲାସର ସହିତ ପବିତ୍ର ଇଦ୍ ଉଲ୍ ଫିତର ପାଳିତ ହୋଇଯାଇଛି ।ରମଜାନ ମାସର ଶେଷରେ ଚାନ୍ଦ ଦେଖିବା ପରେ ଆଜି ପ୍ରତ୍ୟୁଷରୁ ଶୁଦ୍ଧ ପୁତ୍ ହୋଇ ନୂତନ ବସ୍ତ୍ର ପରିଧାନକରି ଇଦ୍ ପର୍ବ ପାଳନ କରିଛନ୍ତି ମୁସଲିମ ଧର୍ମାବଲମ୍ବୀ ।  ପରସ୍ପରକୁ ଇଦ୍ ମୁବାରକ ଜଣାଇ ସିମେଇ, ଲଛା, ମିଠା ଖାଇ ଖୁସି ପ୍ରକାଶ କରିଛନ୍ତି । 

ଏକ ସୁନ୍ଦର ସୁସ୍ଥ ବାତାବରଣରେ ଶୃଙ୍ଖଳା ଓ ଭାଇଚାରାରେ ଇଦ୍ ପାଳନ କରିବା ସହିତ ଘର ଘର ଯାଇ ମିଷ୍ଟାନ୍ନ ବଣ୍ଟନ କରିଥଲେ । କେନ୍ଦୁଝର ପୁରୁଣା ସହର ଜୁମ୍ମା ମସଜିଦରେ ମୌଲାନା ଈର୍ଷାଦ ଆଲମ୍ ଫୈଜି, ମାଗୁର ଗାଡ଼ିଆ ମସଜିଦ ଏ ଉମରରେ ମୌଲାନା ମୋତି ଉଦ୍ଦିନ ପବିତ୍ର ବାଣୀ ସମ୍ପର୍କରେ ବିସ୍ତୃତ ବ୍ୟାଖ୍ୟା କରିଥିଲେ । ବହୁ ଯୁବ ମୁସଲିମ ସ୍ବେଚ୍ଛାସେବୀ ଗଣ ଶୃଙ୍ଖଳିତ ଭାବେ ନମାଜ ପାଠ କରାଇବା ସହାୟତା କରିଥଲେ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details