ଲୋକକଳା ବଞ୍ଚାଇ ରଖିବାକୁ ନବକିଶୋରଙ୍କ ପ୍ରୟାସ, ସହର ସାରା କେନ୍ଦରା ବଜାଇ ଗାଉଛନ୍ତି ଗୀତ
Published : Dec 23, 2023, 8:51 PM IST
Wooden String Instrument Kendara; ଭୁବନେଶ୍ବର:ଆଧୁନିକତାର ଚାକଚକ୍ୟ ମଧ୍ଯରେ ଲିଭିବାକୁ ବସିଲାଣି ଲୋକକଳା । ଗାଁ ଦାଣ୍ଡରୁ ଧୀରେ ଧୀରେ ହଜି ଯାଉଛି କେନ୍ଦରା ସ୍ବର। ହେଲେ କେତେକ ହାତଗଣତି ବ୍ୟକ୍ତିଙ୍କ ହାତରେ ଦେଖିବାକୁ ମିଳୁଛି କେନ୍ଦରା। କୌଳିକ ବୃତ୍ତିକୁ ଜାବୁଡି ଧରିଥିବା କେତେକ ବ୍ୟକ୍ତି ସମାଜ ପାଇଁ ସାଜିଛନ୍ତି ଉଦାହରଣ । ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ନୟାଗଡ଼ର ନବ କିଶୋର ଦାସ। ସେ ପିଲାଟି ଦିନରୁ ଦିବ୍ୟାଙ୍ଗ ହୋଇଥିବାବେଳେ ପ୍ରାୟ ୧୦ ବର୍ଷ ଧରି ସହରରୁ ସହର ବୁଲି କେନ୍ଦରା ବଜାଇ ଲୋକକଳା ବଞ୍ଚାବା ପ୍ରୟାସରେ ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ...କଳା ରାଜ୍ୟରେ ଉପେକ୍ଷିତ କଳାକାର, ମିଳୁନି ଉପଯୁକ୍ତ ସମ୍ମାନ !
ପୂର୍ବରୁ ହାତ ନିର୍ମିତ ବାଦ୍ୟ ଯନ୍ତ୍ର ସମସ୍ତଙ୍କ ମନ ମୋହୁଥିବା ବେଳେ ଏବେ ମେସିନ ଚାଳିତ ଅତ୍ୟାଧୁନିକ ବାଦ୍ୟଯନ୍ତ୍ର ସମସ୍ତଙ୍କୁ ଆକୃଷ୍ଟ କରିବାରେ ଲାଗିଛି। ଏହି ଆଧୁନିକତାର ଚାକଚକ୍ୟ ଭିତରେ ପୁରାତନ ଲୋକଗୀତ ଓ ବାଦ୍ୟଯନ୍ତ୍ର ଲୋପ ପାଇବାକୁ ବସିଲାଣି । ଏଥିପାଇଁ ବହୁ କଳାକାର ନିଜର ଜୀବିକା ହରାଇଲେଣି । ହେଲେ କୌଳିକ ବୃତ୍ତିକୁ ଆଦରି ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଯୋଗୀ ଭାବେ ଜୀବନ ଯାପନ କରିବା ଲକ୍ଷ୍ୟରେ ରହିଛନ୍ତି ନବ କିଶୋର । ତାଙ୍କ ପରିବାରରେ ରହିଛନ୍ତି କେବଳ ଭାଇ, ଭାଉଜ। ନବକିଶୋର ବୁଲି ବୁଲି ଥକିଗଲେ ମନ୍ଦିର କିମ୍ବା କାହା ପିଣ୍ଡାରେ ଆରାମ କରୁଛନ୍ତି। ଜୀବନର ଶେଷ ପର୍ଯ୍ୟନ୍ତ ଜଣେ ଯୋଗୀ ଭାବରେ ସେ ଜୀବନଯାପନ କରୁଛନ୍ତି।
ଇଟିଭି ଭାରତ, ଭୁବନେଶ୍ବର